Site icon UTKAL PRATIDIN

ଭିଜିଲାନ୍ସ ଜାଲରେ ପଡିଲେ ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି

Capture

କେନ୍ଦୁଝର: ଭିଜିଲାନ୍ସ ଜାଲରେ ପଡିଲେ ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି । ୫୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ଆଗରେ ଧରାପଡିଯାଇଛନ୍ତି । ଜମିଜମା ମାମଲାରେ ଡେପୁଟି କଲେକ୍ଟର ଟଙ୍କା ନେଉଥିଲେ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ୫୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭୁଅର୍ଜନ ଉପ ବିଭାଗର ଡେପୁଟି କଲେକ୍ଟର ବରିଷ୍ଠ ଓଏଏସ ଅଧିକାରୀ ଶରତ ଗିରି । ଚିତ୍ରସେନ ବ୍ରହ୍ମ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଜମି ଅଧିଗ୍ରହଣ ଫାଇନାଲ ବିଲ କରିବାକୁ ୫୦ ହଜାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ମାଡି ବସିଛି। ଜାତୀୟ ରାଜପଥ ୨୦ (ପୂର୍ବର ଏନ ଏଚ ୨୧୫)ରେ ଚିତ୍ରସେନ ପରିବାରର ଦେଢ଼ ଏକର ଜମି ଯାଇଛି। ପୂର୍ବରୁ ସେମାନେ ଅଧା ଟଙ୍କା ପାଇଥିଲେ। ବର୍ତ୍ତମାନ ସେମାନଙ୍କର ୬,୯୬,୯୯୬ଟଙ୍କା ବିଲ ପାଇଁ ସମ୍ପୃକ୍ତ ଡେପୁଟି କଲେକ୍ଟର ୭୦ ହଜାର ଲାଞ୍ଚ ଦାବୀ କରି ଆସୁଥିଲେ। କିନ୍ତୁ ପରେ ୫୦ ହଜାର ଦେବାକୁ ସେ ଦାବୀ ରଖିଥିଲେ। ଏବାବଦରେ ଚିତ୍ରସେନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଯୋଜନା ଅନୁସାରେ ଆଜି ପୂର୍ବାହ୍ନ ୧୦ଟା ବେଳେ ଜମିଜମା କ୍ଷତିପୂରଣ ପାଇଁ ନିଜ କାର୍ଯ୍ୟାଳୟରେ ୫୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ମାଡ଼ିବସିଛି। କେବଳ କେଉଁଝର କାର୍ଯ୍ୟାଳୟ ନୁହେଁ ଲାଞ୍ଚୁଆ ଓଏଏସ ଅଧିକାରୀଙ୍କର ପୁରୀ ସ୍ଥିତ ପୌତୃକ ବାସ ଭଵନ ସମେତ ଏକାଧିକ ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।

Exit mobile version