NATIONAL POLITICS ପ୍ରଧାନମନ୍ତ୍ରୀ ହେବେ କେଜ୍ରିୱାଲ ! BHAGYALAXMI BEHURA September 14, 2023 ନୂଆଦିଲ୍ଲୀ : ଇଣ୍ଡିଆ ମେଣ୍ଟ ବୈଠକ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା । ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି ଆମ ଆଦମୀ ପାର୍ଟି ତରଫରୁ ଆସିଲା ଡିମାଣ୍ଡ । ଆପର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ କେଜ୍ରିୱାଲ ହୁଅନ୍ତୁ । ପ୍ରିୟଙ୍କା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି, ଯଦି ମତେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚେହେରା ବିଷୟରେ ପଚରାଯାଏ, ତେବେ ମୁଁ ଅରବିନ୍ଦ କେଜ୍ରିୱାଲଙ୍କୁ ବାଛିବି । ଦିଲ୍ଲୀରେ ସେ ବହୁ ଉନ୍ନତି କରିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ହେଲେ ଦେଶର ଅର୍ଥନୀତି ସୁଦୃଢ ହେବ । ପ୍ରିୟଙ୍କା କହିଛନ୍ତି, ଅରବିନ୍ଦ ଦିଲ୍ଲୀରେ ପାଣି ଠାରୁ ଆରମ୍ଭ କରି ବିଜୁଳି ପର୍ଯ୍ୟନ୍ତ ମାଗଣାରେ ଦେଉଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ତୀର୍ଥ ଯାତ୍ରା ଭ୍ରମଣ , ମହିଳାଙ୍କ ପାଇଁ ମାଗଣା ବସ ଆଦି ସୁବିଧା କଲା ପରେ ବି ଅତିରିକ୍ତ ବଜେଟ ଉପସ୍ଥାପିତ କରୁଛନ୍ତି । ଏପରି ସ୍ଥଳେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଅର୍ଥନୈତିକ ଦୃଷ୍ଠିକୋଣ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି । କକ୍କର ଏହା ମଧ୍ୟ କହିଛନ୍ତ ଯେ, ଅରବିନ୍ଦ କେଜ୍ରିୱାଲ କ୍ରମାଗତ ଭାବରେ ଲୋକଙ୍କ ପ୍ରସଙ୍ଗ ଉଠାଉଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମୁଖରେ ଏକ ଚ୍ୟାଲେଞ୍ଜର ଭାବରେ ଉଭା ହୋଇଛନ୍ତି । ନରେନ୍ଦ୍ରଙ୍କ ଡିଗ୍ରୀ ପ୍ରସଙ୍ଗରେ ହେଉ ବା ଯେ କୌଣସି ପ୍ରସଙ୍ଗ , ସମସ୍ତ କ୍ଷେତ୍ରରେ ତୀକ୍ଷ୍ଣ ନିଶାନା କରୁଛନ୍ତି କେଜ୍ରିୱାଲ । ତେଣୁ ତାଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖାଯାଇପାରିବ ବୋଲି ସ୍ପଷ୍ଟ କହିଛନ୍ତି କକ୍କର । Continue Reading Previous: କୁଳାଙ୍ଗାର-୨ କୁ ନେଇ ବଢୁଛି ଉତ୍କଣ୍ଠା…Next: ସାଇ ପଲ୍ଲବୀଙ୍କ ସହ ଡେବ୍ୟୁ କରିବେ ଅମୀର ଖାନଙ୍କ ପୁଅ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Breaking HEALTH NATIONAL ଦେଶରେ ଦୃତ ଗତିରେ ମାଡିଲାଣି କରୋନା, ବିଶେଷଜ୍ଞ କହିଲେ ଖୁବ ଶୀଘ୍ର ଆସିବ ଚତୁର୍ଥ ଲହର! admin May 31, 2025 Breaking INTERNATIONAL NATIONAL ଚାଇନା ମାଲକୁ ଲାଗିଲା ଝଟକା, ଭାରତରେ ଚାଲିବନି ଚାଇନା ସିସିଟିଭି! admin May 29, 2025 Featured ENTERTAINMENT NATIONAL ଲିଭର କ୍ୟାନ୍ସରରେ ପୀଡ଼ିତ ଦୀପିକା କକ୍କର, ପୋଷ୍ଟ ସେୟାର କରି ଦୁଃଖ ବଖାଣିଲେ ଅଭିନେତ୍ରୀ admin May 28, 2025