Site icon UTKAL PRATIDIN

ପରିବାର ସହ ଭୋଟ ଦେଲେ କେଜ୍ରିଓ୍ବାଲ

କମ୍ତକଦି୍ତଦି-750x430-1

ନୂଆଦିଲ୍ଲୀ: ଦେଶରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ଭୋଟ ଦେଇ ନିଜର ନାଗରିକତ୍ବ ସାବ୍ୟସ୍ତ କରିଛନ୍ତି ବହୁ ମାନ୍ୟଗଣ ବ୍ୟକ୍ତି । ଏହାରି ଭିତରେ ଚାନ୍ଦିନୀ ଚୌକ ନିର୍ବାଚନ ମଣ୍ଡଳୀରୁ ନିଜର ପରିବାର ସହ ଆସି ମତଦାନ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଭୋଟ ଦେବା ସହ ସେ କହିଛନ୍ତି, ଏ ଭୋଟ ଗ୍ରହଣ ଏକଛତ୍ରବାଦ ଶାସନ ବିରୁଦ୍ଧରେ କରାଯାଉଛି ।

ଏହା ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀର, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ସଭାପତି ରାହୁଲ ଗାନ୍ଧୀ  ଇତ୍ୟାଦି ଭୋଟ ଦେଇ ନିଜର ମତ ସାବ୍ୟସ୍ତ କରିଛନ୍ତି ।  ସକାଳ ୧୧ ଟା ପର୍ଯ୍ୟନ୍ତ ଦେଶରେ ମୋଟ ୨୫.୭୬ ପ୍ରତିଶତ ଭୋଟ ରେକର୍ଡ ହୋଇଥିବାବେଳେ ଦିଲ୍ଲୀରେ ୨୧. ୬୯ ପ୍ରତିଶତ ମତଦାନ ଗ୍ରହଣ ହୋଇଛି। ଏହାରି ଭିତରେ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ୩୬.୮୮ ପ୍ରତିଶତ ଭୋଟ ଗ୍ରହଣ ହୋଇଛି।

ଦେଶରେ ଚାଲିଛି ୬ଷ୍ଠ ପର୍ଯ୍ୟାୟ ମତଦାନ । ୭ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୭ ଟି ନିର୍ବାଚନମଣ୍ଡଳୀରେ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର୍ । ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଓଡ଼ିଶା ଏବଂ ୫ ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ ଗ୍ରହଣ ।

ତେବେ ଏହି ପର୍ଯ୍ୟାୟରେ ବିଶିଷ୍ଟ ପ୍ରାର୍ଥୀଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଓ ଇନ୍ଦରଜିତ୍ ସିଂ, ବିଜେପିର ମେନକା ଗାନ୍ଧୀ, ସମ୍ବିତ ପାତ୍ର, ମନୋହର ଖଟ୍ଟର, ମନୋଜ ତିୱାରୀ, ମେହବୁବା ମୁଫତି ଏବଂ କଂଗ୍ରେସର କହ୍ନେୟା କୁମାର ରହିଛନ୍ତି ।

‘ମୁଁ ମୋର ବାପା, ସ୍ତ୍ରୀ ଓ ପିଲାଙ୍କ ସହ ଭୋଟ ଦେଲି । ଅସୁସ୍ଥତା କାରଣରୁ ମୋ ମାଆ ଆସିପାରିଲେ ନାହିଁ । ମୁଁ ଏକଛତ୍ରବାଦୀ ଶାସନ, ବେକାରୀ ଏବଂ ମୁଦ୍ରାସ୍ଫୀତି ବିରୋଧରେ ଭୋଟ୍ ଦେଲି। ଆପଣ ମଧ୍ୟ ଯାଇ ସମାନ ବିରୋଧରେ ଭୋଟ୍ ଦେବେ ବୋଲି କେଜ୍ରିୱାଲ ଗଣମାଧ୍ୟମକୁ କହିଛନ୍ତି।’ତେବେ ନିକଟ ଅତୀତରେ ମଦ ଦୁର୍ନୀତି ମାମଲାରେ ଜାମିନରେ ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

Exit mobile version