Site icon UTKAL PRATIDIN

ବନ୍ଦ ହେଲା କେଦାରନାଥ ପୀଠ

4d7b119d337ca76c082408f4c3c4e472473f6fdb7d98b85e90138d1e3ac2a964

ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥଙ୍କ ପୀଠ ।ତୁଷାରପାତ ଆରମ୍ଭରୁ ଏହାକୁ ବନ୍ଦ କରାଯାଇଥିବାବେଳେ ୬ ମାସ ପରେ ଏହା ଖୋଲିବ ବୋଲି ସୂଚନା ମିଳିଛି । ଶୀତ ଋତୁ ପାଇଁ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ପରେ ଆଜି ବାବା କେଦାରନାଥ ପୀଠକୁ ବନ୍ଦ କରାଯାଇଛି ।

୧୧ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ ଧାମ ଭାବେ ବିଶ୍ୱ ବିଖ୍ୟାତ କେଦାରନାଥ ପୀଠକୁ ଆଜି ପ୍ରାୟ ୧୦ କୁଇଣ୍ଟାଲ ଫୁଲରେ ସଜାଯାଇଛି।ରାତି ୪ଟାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସକାଳ ୮ଟା୩୦ରେ କପାଟ ବନ୍ଦ କରାଯାଇଛି । ଆଜି ବାବା କେଦାରନାଥଙ୍କ ଦର୍ଶନ କରିବା ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।

Exit mobile version