Site icon UTKAL PRATIDIN

ଜାତି ବାହନା, ଲକ୍ଷ୍ୟ କ୍ଷମତା ହାତେଇବା : ରାହୁଲଙ୍କ ଉପରେ ବର୍ଷିଲେ ବିବେକ ଅଗ୍ନିହୋତ୍ରୀ

bibek-rahul

ନୂଆଦିଲ୍ଲୀ: ଜାତି ଜନଗଣନା ନେଇ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଫିଲ୍ମ କାଶ୍ମୀର ଫାଇଲସର ଡ଼ାଇରେକ୍ଟର ବିବେକ ଅଗ୍ନିହୋତ୍ରୀ | ଜାତି ଜନଗଣନା ଉପରେ ରାହୁଲ ଦେଇଥିବା ମନ୍ତବ୍ୟ ଉପରେ ଟିପ୍ପଣୀ ଦେଇ ବିବେକ କହିଛନ୍ତି, ରାହୁଲଙ୍କ ଭାଷଣରେ ଏକ ବଡ ସମସ୍ୟା ରହିଛି | କେବଳ ଜାତି ପାଇଁ ସେ ଚିନ୍ତା ଥିଲେ ଠିକ ଅଛି | କିନ୍ତୁ ଏହା କେବଳ ହିନ୍ଦୁ ଭତକୁ ବାଣ୍ଟିବା ପାଇଁ ଏବଂ କ୍ଷମତା ହାସଲ କରିବା ପାଇଁ | ଏହି ଭୟାବହ ଅଭିଯାନର କେନ୍ଦ୍ରରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି | ଜାତି ନୁହେଁ, ରାହୁଲଙ୍କ ଲକ୍ଷ୍ୟ ମୋଦିଙ୍କ ଉପରେ କେନ୍ଦ୍ରିତ | ତେଣୁ ଏହା ଠିକ ନୁହେଁ, ଭୟାବହ ଅଟେ |
ଟୁଇଟ କରି ବିବେକ ଆହୁରି କହିଛନ୍ତି, ରାହୁଲଙ୍କର ଜାତି ପ୍ରସଙ୍ଗକୁ ନେଇ କିଛି ଲେନ ଦେନ ନାହିଁ | ଏହା ସବୁ ନକଲି |ତାଙ୍କର ଲକ୍ଷ କେବଳ କ୍ଷମତା ହାତେଇବା | ଜାତିକୁ ନେଇ ସେ କେବଳ ରାଜନୀତି କରୁଛନ୍ତି |ଏପରି ଅଭିଯାନ କେବଳ କଳି-ଝଗଡା, ଅରାଜକତା,ଅବ୍ୟବସ୍ଥା ସୃଷ୍ଟି କରିବ |
ବିବେକ ଆହୁରି କହିଛନ୍ତି, ହିନ୍ଦୁଙ୍କୁ ଏକଥା ମନେ ରଖିବା ଉଚିତ, ଭାରତ ଆମର ସବୁ କିଛି ଅଟେ | ଭାରତ ସେତେବେଳେ ବିକଶିତ ହେବ, ଯେତେବେଳେ ଆମେ ସବୁ ଏକଜୁଟ ହେବା | ଗତ ଏକ ଦଶନ୍ଧି ହେଲା ଆମେ ପୂର୍ବାପେକ୍ଷା ଅଧିକ ଏକଜୁଟ ହୋଇଛେ | ଏଥିପାଇଁ ଆମକୁ ୧୦୦ ବର୍ଷ ବଳିଦାନ ଦେବାକୁ ପଡିଛି | ଏହି ଏକତାକୁ ହାତଛଡା କରନ୍ତୁନି | ଏହା ହିନ୍ଦୁଙ୍କ ପାଇଁ ପରୀକ୍ଷା | ଦୟାକରି ଏହିରେ ଅସଫଳ ହୁଅନ୍ତୁନି |

Exit mobile version