Site icon UTKAL PRATIDIN

କନ୍ୟାକୁମାରୀ -ଦିବ୍ରୁଗଡ଼ ଏକ୍ସପ୍ରେସରେ ଲାଗିଲା ନିଆଁ

WhatsApp-Image-2024-11-16-at-11.18.42-750x430

ଭଦ୍ରକରେ ରମ୍ଭିଳା ନିକଟରେ କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି ।ବ୍ରେକ ବାଇଣ୍ଡିଂ ଯୋଗୁଁ ନିଁଆ ଲାଗିଥିବା ସୂଚନା ମିଳିଛି ।ରେଲୱେ କର୍ମଚାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ରହିଛି।

ଏକ୍ସପ୍ରେସଟି ଟ୍ରେନଟି ଦିବ୍ରୁଗଡ଼ରୁ କନ୍ୟାକୁମାରୀ ଯାଉଥିଲା। ରାଣୀତାଲ ନିକଟରେ ଟ୍ରେନର ଏକ ବଗିରୁ ଧୂଆଁ ବାହାରୁଥିବା ଗେଟ୍ କିପର ଦେଖିଥିଲେ। ଏନେଇ ତୁରନ୍ତ ଷ୍ଟେସନ ମାଷ୍ଟରକୁ ଜଣାଇବା ସହ ଲୋକ ପାଇଲଟକୁ ଜଣାଇଥିଲେ। ପରେ ରମ୍ଭିଳା ନିକଟରେ ଟ୍ରେନଟି ଅଟକାଯାଇ ରେଲୱେ କର୍ମଚାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିଲା।ନିଆଁକୁ ଆୟତ୍ତ କରିବା ପରେ ନିର୍ଦ୍ଦିଷ୍ଟ ସମୟରୁ ୨୦ ମିନିଟ୍ ବିଳମ୍ବରେ ଟ୍ରେନଟି ଛାଡ଼ିଛି।

Exit mobile version