Site icon UTKAL PRATIDIN

ଟ୍ୱିଟ କରି ରାହୁଲଙ୍କୁ କଟାକ୍ଷ କଲେ କଙ୍ଗନା

IMAGE_1723448474

ବଲିଉଡରୁ ଅନେକ କଳାକାର ରାଜନୀତିରେ ଏଣ୍ଟ୍ରି କରୁଛନ୍ତି ।ସାଂସଦ କଙ୍ଗନା ରଣାଓ୍ୱତ ସୋଶାଲ ମିଡିଆ ଏକ୍ସ ଜରିଆରେ ରାହୁଲଙ୍କ ଉପରେ ବର୍ଷିଛନ୍ତି ।ଭାଜପା ଏମପି ରାହୁଲଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି ସେ ସବୁଠାରୁ ବିପଜ୍ଜନକ ବ୍ୟକ୍ତି ଏବଂ ଦେଶ ନଷ୍ଟ କରିବା ପରେ ହିଁ ସେ ମରିବେ ବୋଲି ଅଭିଯୋଗ କରିଛନ୍ତି।ଏବଂ ଆହୁରି ମଧ୍ୟ କହିଛନ୍ତି ତାଙ୍କର ଏଜେଣ୍ଡା ହେଉଛି ଯଦି ସେ ନିଜେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ, ତେବେ ସେ ଏହି ଦେଶକୁ ନଷ୍ଟ କରିଦେବେ।ହିଣ୍ଡେନବର୍ଗ ଭାରତର ଷ୍ଟକ୍ ମାର୍କେଟକୁ ସିଧାସଳଖ ଟାର୍ଗେଟ କରୁଥିବା ବେଳେ ତାଙ୍କ ତଥ୍ୟ ଭୁଲ ପ୍ରମାଣିତ ହୋଇଛି ।ସେମାନେ ଦେଶର ସୁରକ୍ଷା, ଅର୍ଥନୀତି, ସବୁକିଛି ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି।

ଆହୁରି ମଧ୍ୟ କଙ୍ଗନା କହିଛନ୍ତି ‘ଶ୍ରୀ ଗାନ୍ଧୀ, ତୁମେ ଜୀବନସାରା ବିରୋଧୀ ଦଳରେ ବସିବାକୁ ପ୍ରସ୍ତୁତ ହୁଅ ଏବଂ ଯେପରି ତୁମେ ଜଳୁଛ, ଏହି ଲୋକମାନଙ୍କର ବିକାଶ, ଗର୍ବ ଏବଂ ଜାତୀୟତା ସହିତ ଜଳିବା ଜାରି ରଖ । ଦେଶବାସୀ କଦାପି ତୁମକୁ ସେମାନଙ୍କର ନେତା କରିବେ ନାହିଁ। ତୁମେ ଜଣେ କଳଙ୍କ! ’

Exit mobile version