
ଏଣିକି ଆଳୁ ସମସ୍ୟାର ସମାଧାନ କରିବ କନ୍ଧମାଳ ।ରାଜ୍ୟରେ ଆଳୁକୁ ନେଇ ସଙ୍କଟ ଜାରି ରହିଥିଲା ବେଳେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଓଡ଼ିଶା ଆବଶ୍ୟକ କରୁଥିବା ଅଧା ଆଳୁ ଉତ୍ପାଦନ କରିବାରେ କନ୍ଧମାଳ ସକ୍ଷମ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।ଏନେଇ ମୁଖ୍ୟମନ୍ତ୍ରୀ ଏବଂ କୃଷି ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ।ଏହା ସହିତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ ସହ , ଚାଷୀଙ୍କୁ ପ୍ରୋତ୍ସାହାନ ଯୋଗାଇ ଦିଆଯିବ। ଏବଂ ଶୀତଳ ଭଣ୍ଡାର ତିଆରି କରାଯିବ ବୋଲି କହିଛନ୍ତି କନ୍ଧମାଳ ସାଂସଦ। ଖୁବ ଶୀଘ୍ର କେମିତି କାର୍ଯ୍ୟକାରୀ କରାଯିବ ସେନେଇ ଖୁବ ଶୀଘ୍ର ଆଲୋଚନା କରି କାମ ଆରମ୍ଭ ହେବ ବୋଲି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର ।