Site icon UTKAL PRATIDIN

କମିଲା ସୁନା ଦାମ: ଭରିଏକୁ ମାତ୍ର ଏତିକି ଟଙ୍କା

4

ନୂଆଦିଲ୍ଲୀ: ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୯,୫୧୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୫୫୦ ଟଙ୍କା ଓ ୫୯,୫୧୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୪,୫୫୦ ଟଙ୍କା ଓ ୫୯,୫୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୪,୭୦୦ଟଙ୍କା ଓ ୫୯,୬୬୦ଟଙ୍କା ରହିଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୦୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୪,୫୫୦ଟଙ୍କା ଓ ୫୯,୫୧୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୨,୮୦୦ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Exit mobile version