Site icon UTKAL PRATIDIN

ପୁଣି ଜୀବନ ନେଲା ଲୌହ ଦାନବ, ଲାଇନଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସ୍

WhatsApp Image 2025-03-30 at 2.59.09 PM

କଟକ: ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ। କଟକ ମଙ୍ଗୁଳି ଚୌଦ୍ବାର ନିର୍ଗୁଣ୍ତି ନିକଟରେ ଧାରଣାରୁ ଖସିଲା ୮ ବଗି ( ବି-୬ରୁ ବି ୧୪ ବଗି)। ଦୁର୍ଘଟଣା ବେଳେ ଛାନିଆରେ ଟ୍ରେନ୍‌ରୁ ଡେଇଁପଡିଲେ ଯାତ୍ରୀ। ଦୁର୍ଘଟଣାରେ ଜଣେ ମୃତ୍ୟୁ ନେଇ ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ରେଳବାହିନୀ ଟିମ୍ ପହଞ୍ଚି ଥିବା ଜଣାପଡିଛି। ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଅପରେସନ୍ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ଆର୍‌ପିଏଫ୍ ଏବଂ ଜିଆର୍‌ପିଏଫ ଏବଂ ସ୍ଥାନୀୟଲୋକ ଉଦ୍ଧାର କରୁଥିବା ଜଣାପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ କଟକ ମେଡିକାଲ ପଠାଯାଇଛି।

ଚୌଦ୍ଵାର ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ- କାମାକ୍ଷା ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ପରେ ପୂର୍ବତଟ ରେଲୱେ ପକ୍ଷରୁ ହେଲ୍ ପଲାଇନ ନମ୍ବର ଜାରି କରାଯାଇଛି ।

ଭୁବନେଶ୍ବର ହେଲପଲାଇନ ନମ୍ବର- 8455885999

କଟକ ହେଲପଲାଇନ ନମ୍ବର-8991124238 

ଖୋର୍ଦ୍ଧା ହେଲପଲାଇନ ନମ୍ବର- 06742492245

ଭଦ୍ରକ ହେଲପଲାଇନ ନମ୍ବର 9437443469 

INMARSAT TELEPHONE NO- 8991124238  ନମ୍ବର ଜାରି ହୋଇଛି  ।

ଦୁର୍ଘଟଣା ପରେ ତିନିଟି ଟ୍ରେନର ଗତିପଥ ବଦଳିଛି । ଡାଉନଲାଇନରେ ଦୁର୍ଘଟଣା ହୋଇଛି । ରିଷ୍ଟୋରେସନ କାମ ଶୀଘ୍ର ଶେଷ କରିବା ଲକ୍ଷ୍ୟ ରହିଛି ।

ଅନ୍ୟପଟେ କିଛି ଯାତ୍ରୀ ଆହତ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ପ୍ରବଳ ଖରା ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ପିଇବା ପାଣି ମିଳୁନଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି ।

Exit mobile version