
ଭୁବନେଶ୍ଵର: ରାଜ୍ୟରେ ଏବେ କାଳବୈଶାଖୀ ନେଇ ଆଲର୍ଟ ଜାରି ହୋଇଛି । ଆସନ୍ତା ୨ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏହାରି ଭିତରେ ଆଜି ପାଇଁ ୭ ଜିଲ୍ଲାକୁ ହାଇଆଲର୍ଟ ଜାରି କରାଯାଇଛି । ଆଗାମୀ କେଇ ଘଣ୍ଟା ପାଇଁ ରାଜ୍ୟର ଏହି ଜିଲ୍ଲାମାନଙ୍କରେ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି । କିଛି ଘଣ୍ଟା ଭିତରେ ୭ ଜିଲ୍ଲା, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ, ନୂଆପଡ଼ା, ବରଗଡ, ଦେବଗଡ଼, ନବରଙ୍ଗପୁରରେ କାଳବୈଶାଖୀ ସମ୍ଭାବନା ରହିଛି । କୁଆପଥର ବର୍ଷା ସାଙ୍ଗକୁ ଘଡଘଡି ଏବଂ ୩୦ରୁ ୪୦ ବେଗରେ ପବନ ବହିବା ସମ୍ବାବନା ରହିଛି ।
ତେବେ ଆସନ୍ତା ୬ ତାରିଖ ଯାଏଁ କାଳବୈଶାଖୀ ଥିବା ସୂଚନା । ଅର୍ଥାତ ରାଜ୍ୟରେ ୩ ଦିନ ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟାରେ ଅଧା ଓଡିଶାରେ କାଳବୈଶାଖୀ ସମ୍ଭାବନା ରହିଛି । ୨୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଘଡ଼ଘଡ଼ି, ବିଜୁଳି ଓ କୁଆପଥର ସହ ୪୦ କିଲୋମିଟର ବେଗରେ ବହିବ ପବନ । ଅସହ୍ୟ ତାତି ଭିତରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ରାଜ୍ୟରେ ପାରଦ ଉପର ମୁହାଁ ହୋଇଥିବା ବେଳେ ଏବେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ପ୍ରଦାନ କରିଛି ।
ଅନ୍ୟପଟେ କିନ୍ତୁ ଏବେବି ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗତକାଲି ବଲାଙ୍ଗୀର ଓ ବୌଦ୍ଧରେ ପାରଦ ୪୦ ଡିଗ୍ରୀ ଛୁଇଁଥିବାବେଳେ ରାଜଧାନୀ ଭୁବନେଶ୍ବର ପାରଦ ୩୫ ଟପିଥିଲା । ଆଜି ସକାଳୁ ସକାଳୁ ମଧ୍ୟ ଭୁବନେଶ୍ବର ଏବଂ କଟକରେ ଭୀଷଣ ତାତି ଅନୁଭୂତ ହୋଇଛି ।