ଭାରତର ନୂଆ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) ହେଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ କେ ସଞ୍ଜୟ ମୂର୍ତ୍ତି। ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନ ନେଲେ କେ ସଞ୍ଜୟ ମୂର୍ତ୍ତି। ଭାରତର ନୂଆ ସିଏଜି କେ ସଞ୍ଜୟ ମୂର୍ତ୍ତିଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୂର୍ବରୁ କେ ସଞ୍ଜୟ ମୂର୍ତ୍ତିଙ୍କୁ କେନ୍ଦ୍ର ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ମୂର୍ତ୍ତି ଆନ୍ଧ୍ରପ୍ରଦେଶ କ୍ୟାଡରର ୧୯୮୯ ମସିହା ଆଇଏଏସ୍ ଅଫିସର।
ଭାରତର ନୂଆ ସିଏଜି ହେଲେ କେ ସଞ୍ଜୟ ମୂର୍ତ୍ତି, ଶପଥ ପାଠ କରାଇଲେ ରାଷ୍ଟ୍ରପତି
