Site icon UTKAL PRATIDIN

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ସଞ୍ଜୀବ ଖନ୍ନା

khanna-750x430

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୀବ ଖନ୍ନା ।୫୧ତମ ପ୍ରଧାନ ବିଚାରପତି ଭାବେ ସେ ଶପଥ ନେଇଛନ୍ତି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ଜଷ୍ଟିସ୍‍ ଖାନ୍ନାଙ୍କୁ ଶପଥପାଠ କରାଇଛନ୍ତି।

ଜଷ୍ଟିସ୍‍ ଖାନା ୨୦୧୯ ମସିହା ଜାନୁୟାରୀରୁ ସୁପ୍ରିମ କୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରଧାନ ବିଚାରପତି ପଦବୀରେ ଜଷ୍ଟିସ୍‍ ଖାନ୍ନା ୨୦୨୫ ମସିହା ମେ ମାସ ୧୩ ତାରିଖ ପର୍ଯ୍ୟନ୍ତ ରହିବେ। ଗତମାସ ୧୬ ତାରିଖରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‍ ଡି.ୱାଇ. ଚନ୍ଦ୍ରଚୂଡ଼ ପରବର୍ତ୍ତୀ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍‍ ଖାନ୍ନାଙ୍କ ନାମ ସୁପାରିସ କରିଥିଲେ।

Exit mobile version