ଗତ କିଛି ଦିନ ହେବ ରାଜ୍ୟରେ ଭିଜିଲାନ୍ସ ବିଭାଗ ଆକ୍ସନ ମୋଡ଼ରେ ଅଛି ।ଲାଞ୍ଚ ନେବାବେଳେ ରାୟଗଡ଼ା ଜିଲ୍ଲା କାଶୀପୁରର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ପଶିଥିଲା ଭିଜିଲାନ୍ସ ବିଭାଗ । ହଠାତ ଭିଜିଲାନ୍ସ ଟିମକୁ ଦେଖି ବାବୁଙ୍କ ଉଡିଯାଇଥିଲା ହୋସ ।ସୂଚନା ଅନୁସାରେ କନିଷ୍ଠ ଯନ୍ତ୍ରୀଙ୍କ ନାଁରେ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଥିଲା ।
କାଶୀପୁର ବ୍ଲକ୍ ମାଣ୍ଡିବିଶି ପଞ୍ଚାୟତରେ ମନରେଗା ଯୋଜନାରେ ନିର୍ମାଣ ହୋଇଥିବା ୭ ଲକ୍ଷ ଟଙ୍କାର ରାସ୍ତା କାମକୁ ବିଲ କରିବା ନିମନ୍ତେ ଗାଁ ଲୋକଙ୍କୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।ଏହି ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରିଛନ୍ତି ।ଭିଜିଲାନ୍ସ ଟିମର ଚଢ଼ାଉ ସମୟରେ ବିପୁଳ ପରିମାଣରେ ସୁନା ସହ ନଗଦ ୧୪ଲକ୍ଷ ତାଙ୍କ ଜବତ କରିଛି ଭିଜିଲାନ୍ସ ଟିମ ।