କିଛି ଦିନ ହେବ ଭିଜିଲାନ୍ସ ଜାଲରେ ମାଳ ମାଳ ସରକାରୀ ଅଫିସର ଛନ୍ଦି ହୋଇ ପଡୁଛନ୍ତି ।ଏବେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଆଉ ଜଣେ କନିଷ୍ଠ ଯନ୍ତ୍ରୀ ।ପାଟଣାଗଡ ଉପଖଣ୍ଡର ବେଲପଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କୁ ଧରିଛି ଭିଜିଲାନ୍ସ lସୂଚନା ଅନୁଯାୟୀ, ବେଲପଡ଼ା ବ୍ଲକ ସର୍ଗୀମୁଣ୍ଡାରେ ମନେରେଗା କାର୍ଯ୍ୟ ବିଲ୍ କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ମାଗିଥିଲେ l
ପୂର୍ବରୁ 15000 ହଜାର ଟଙ୍କା ମନରେଗା ଯୋଜନାରେ କାର୍ଯ୍ୟ ପାଇଁ ବିଲ କରେଇଦେବାକୁ ଜଣେ ହିତାଧିକାରୀଙ୍କ ଠାରୁ 7000 ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ lପରେ ତାଙ୍କ ଅଫିସରେ ଥିବା ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲା ଭିଜିଲାନ୍ସ ଟିମ୍ । ଏହା ସହ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍ ।ଭିଜିଲାନ୍ସ ଟିମ ତଦନ୍ତ ଜାରି ରଖିଛି ।