
କୋଲକାତା ଆରଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣାରେ ଦୀର୍ଘ ୪୧ଦିନ ଧରି ଚାଲିଥିବା ଆନ୍ଦୋଳନରେ ଆଜି ବିରାମ ଲାଗିଛି ।ପିଡୀତଙ୍କ ପ୍ରତି ହୋଇଥିଆ ଅନ୍ୟାୟ ଓ ଡାକ୍ତରଙ୍କ ପ୍ରତି ସୁରକ୍ଷା ଦାବିରେ ରାଜରାସ୍ତା ଓଲ୍ହାଇଥିଲେ ଡାକ୍ତର ।ପଶ୍ଚିମବଙ୍ଗ ସରକାରଙ୍କ ସହିତ ଆଲୋଚନା ପରେ କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରମାନେ ନିଷ୍ପତ୍ତି ନେଇଛନ୍ତି ।
ଶନିବାର ଠାରୁ ଜରୁରୀକାଳୀନ ସେବା ମିଳୁଥିଲାବେଳେ ଓପିଡି ସେବାକୁ ବନ୍ଦ ରଖିଛନ୍ତି ଜୁନିୟର ଡାକ୍ତର ।ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଆଂଶକ ଭାବେ ବନ୍ଦ ରହିଛି ।ଏହି ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ଏବଂ ଡାକ୍ତରଙ୍କୁ ସୁରକ୍ଷା ଦାବି ଜୁନିୟର ଡାକ୍ତର ସଂଘ ଅଗଷ୍ଟ ୯ ତାରିଖରୁ ଧାରଣାରେ ବସିଛନ୍ତି ।
ପଶ୍ଚିମବଙ୍ଗ ସରକାର ଡାକ୍ତରଙ୍କ ସହିତ ବାରମ୍ବାର ଆଲୋଚନା ପାଇଁ ପ୍ରୟାସ କରି ବିଫଳ ହୋଇଥିଲେ । ପରେ ସୁପ୍ରିମକୋର୍ଟ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।ଆସନ୍ତାକାଲି ଠାରୁ ଜରୁରୀକାଳୀନ ସେବା ଜୁନିୟର ଡାକ୍ତରମାନେ ଯୋଗାଇ ଦେଉଥିଲା ବେଳେ ଓପିଡ଼ି ସେବାକୁ ବନ୍ଦ ରଖିଛନ୍ତି ।