Site icon UTKAL PRATIDIN

ଜେପି ନଡ୍ଡାଙ୍କର ବଡ ମନ୍ତବ୍ୟ ବିଜେପିରେ ନେତା ପୁଅ ନେତା ହୁଏନି

IMAGE_1727350624

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୁବନେଶ୍ୱର ଗସ୍ତ କରି ଦଳର ସଦସ୍ୟତା ଅଭିଯାନକୁ ବ୍ୟାପକ କରିଛନ୍ତି। ଏହି ଅବସରରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଜେପି ନଡ୍ଡା । ମୋଦି ସରକାରର ବିକାଶ ଓ ସଂସ୍କାରମୂଳକ ପଦକ୍ଷେପର କଥା ବଖାଣିବା ସହ ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି ।ଜେପି ନଡ୍ଡା ସମ୍ବୋଧନ କରି କହିଛନ୍ତି, ବିଜେପିରେ ଅତ୍ୟନ୍ତ ସ୍ବଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୁଏ। ସଦସ୍ୟତା ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ।

ଆମର ଏଠି ନେତା ପୁଅ ନେତା ହୁଏନି। ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଅନ୍ତି। ସେ କହିଛନ୍ତି ‘ସଦସ୍ୟତା ଆମର କହିବାରେ ନୁହେଁ ଅନ୍ ରେକର୍ଡ ଅଛି। ଏହି ସଦସ୍ୟତା ପରେ ଆକ୍ଟିଭ ସଦସ୍ୟ ଚୟନ ହେବେ। ଏହାପରେ ମଣ୍ଡଳ ନିର୍ବାଚନ, ଜିଲ୍ଲା ଓ ରାଜ୍ୟ ଏହାପରେ ନିର୍ବାଚନ ହୋଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ବଛାଯିବ।ଏଣୁ ଆମର ନେତାର ପୁଅ ନେତା ନୁହେଁ ତୃଣମୂଳରୁ ଆସିଥିବା ଲୋକ ନେତା ହୋଇଥାଏ।

ଏପରି କୌଣସି ଦଳ ଅଛି ଯାହାର ଗଣତନ୍ତ୍ର ଅଛି ବୋଲି ପ୍ରଶ୍ନ କଲେ ନଡ଼ା । ବାମ ଦଳ କେଉଁଠୁ ଆସିଥିଲେ ଆଉ କେଉଁଠି ପହଁଚିଲେ । କେରଳରେ ଲଢେଇ ଓ ଦିଲ୍ଲୀରେ ଦୋସ୍ତି କରୁଛନ୍ତି । ପଶ୍ଚିମବଙ୍ଗରେ ଲଢେଇ ଓ ଦିଲ୍ଲୀରେ ଏକାଠି ହେଉଛନ୍ତି ।ଏହି ଅବସରରେ ତିନ ତଲାକ ଉପରେ କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରକାଶ ନଡ୍ଡା । ସେ କହିଛନ୍ତି, ‘ସୁପ୍ରିମକୋର୍ଟ କହିଥିଲେ ତିନ ତଲାକ ସମାପ୍ତ କର ।

ଏଠାରେ ବସିଥିବା ସମସ୍ତ ଲୋକଙ୍କୁ ମୁଁ କହିବାକୁ ଚାହେଁ ବାଂଲାଦେଶରେ ତିନ ତଲାକ ନାହିଁ । ପାକିସ୍ତାନ, ଆଫଗାନିସ୍ତାନ, ଇରାନ, ସିରିୟା, ଇଣ୍ଡୋନେସିଆ ତିନ ତଲାକ ନାହିଁ । ଏମାନେ ଇସାଲାମିକ ରାଷ୍ଟ୍ର ହୋଇ ଏମାନଙ୍କର ତିନ ତଲାକ ନାହିଁ ।

Exit mobile version