Site icon UTKAL PRATIDIN

ଝାରସୁଗୁଡ଼ା ସହର ସାରା ପାଣ୍ଡିଆନଙ୍କ ପୋଷ୍ଟର

ୁୁଚଚଦଦ

ଝାରସୁଗୁଡ଼ା: ଚଳିତ ନିର୍ବାଚନରେ ଓଡିଶାର ୨୪ ବର୍ଷର ନିରବଚ୍ଛିନ୍ନ ସରକାରକୁ ଲାଗିଛି ଶକ୍ତ ଝଟକା । ସାଧାରଣ ନିର୍ବାଚନ ଫଳାଫଳ ବିଜେଡି ପାଇଁ ଅପ୍ରତ୍ୟାଶିତ ରହିଛି ଓ କେତେକଙ୍କୁ ପୁରା ଚକିତ ମଧ୍ୟ କରିଛି। ବିଭିନ୍ନ ପ୍ରସଙ୍ଗରେ ପାଣ୍ଡିଆନଙ୍କ ଓଭର କନଫିଡେନ୍ସ ଆଜି ନବୀନ ଓଡ଼ିଶା ଅନ୍ତର ଏକ ଅଭୁଲା ବାକ୍ୟ । ଅର୍ଥାତ୍ ଏହି ତାମିଲ ବାବୁଙ୍କ ଇଫେକ୍ଟ ଯୋଗୁ ନବୀନଙ୍କୁ ଏବେ ଗାଦିଚ୍ୟୁତ ହେବାକୁ ପଡ଼ିଛି ।

ଯାହା ପାଇଁ ଚର୍ଚ୍ଚାରେ ରହିଛନ୍ତି ଦଳୀୟ ନେତା ଭିକେ ପାଣ୍ଡିଆନ । ଗତ ବୁଧବାର ସେ ଦିଲ୍ଲୀ ଯାଇଥିବା ନେଇ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାରି ଭିତରେ ପାଣ୍ଡିଆନ୍‌ଙ୍କ ଫଟୋ ଥିବା ପୋଷ୍ଟରକୁ ନେଇ ବର୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଝାରସୁଗୁଡ଼ା ସହରର ଅନେକ ସ୍ଥାନରେ ଗୁରୁବାର ଦିନ ପାଣ୍ଡିଆନଙ୍କ ଫଟୋ ସହ ତାଙ୍କୁ ଭାଜପା ବିଜୟର ସୂତ୍ରଧର ବୋଲି ଉଲ୍ଲେଖ କରାଯାଇଛି ତ’ ଆଉ କେଉଁଥିରେ ହିନ୍ଦୀରେ ‘ଭାଜପା କୀ ବିଜୟ କେ ସୂତ୍ରଧାର ପାଣ୍ଡୁ ଧନ୍ୟବାଦ’ ବୋଲି ଲେଖାଯାଇଛି।

ଏହାଛଡ଼ା ସହରର ବିଭିନ୍ନ ସ୍ଥାନରେ ପାଣ୍ଡିଆନଙ୍କ ଫଟୋ ଥିବା ପୋଷ୍ଟର ମଧ୍ୟ ଲାଗିଥିବା ଚର୍ଚ୍ଚା ହେଉଛି। କେବଳ ଗୋଟିଏ ସ୍ଥାନରେ ପୋଷ୍ଟର ତଳେ ‘ସଞ୍ଜୁ ପଣ୍ଡିତ’ ବୋଲି ଦର୍ଶାଯାଇଥିବା ବେଳେ ଅନ୍ୟ ପୋଷ୍ଟରଗୁଡ଼ିକରେ ଏହି ଧନ୍ୟବାଦ ଜଣାଇଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ଲେଖା ହୋଇ ନାହିଁ । ତେବେ ଏହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି ।

Exit mobile version