
ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ପୁଣି ମୁହାଁମୁହିଁ ହୋଇଛନ୍ତି ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଓ ସମାଜବାଦୀ ପାର୍ଟି ନେତା ଜୟା ବଚନ | ସଂସଦ କାର୍ଯ୍ୟକାଳ ଆରମ୍ଭ ହେବା ପରେ ଜୟା ବଚନ ସଭାପତି ଜଗଦୀପ ଧନଖଡ଼ଙ୍କ ସ୍ୱର ଉପରେ ପ୍ରଶ୍ନ ଉଠାଇଥିଲେ | ଜୟ ବଚନ କହିଥିଲେ, ମୁଁ ଜଣେ କଳାକାର | ବଡି ଲାଙ୍ଗୁଏଜ ବୁଝିପାରେ | ଭାବଭଙ୍ଗୀ ବୁଝିପାରେ | ହେଲେ କ୍ଷମା କରିବେ, ଆପଣଙ୍କର ଟୋନ ଠିକ ନୁହେଁ | ଏହା ଗ୍ରହଣୀୟ ନୁହେଁ |
ଜୟ ବଚନଙ୍କ ଏପରି ଟିପ୍ପଣୀ ଉପରେ ଅଧ୍ୟକ୍ଷ ଚିଡି ଯାଇଥିଲେ | ଏହାକୁ ନେଇ ରାଜ୍ୟସଭାରେ ଜୋରଦାର ହଂଗାମା ହୋଇଥିଲା | ବିରୋଧୀ ଦାଦାଗିରି ଚାଲିବନି ନାରା ଦେବା ସହ ଗୃହ ଛାଡି ପଳାଇଥିଲେ |
ଜୟ ବଚନଙ୍କ ଉପରେ ଧନଖଡ଼ ବିରକ୍ତ ହୋଇ କହିଥିଲେ, ଆପଣ ବହୁତ ବଡ ଉପଲବ୍ଧି ହାସଲ କରିଛନ୍ତି | ଆପଣ ଜାଣନ୍ତି, ଜଣେ ଆକ୍ଟର ଡ଼ାଇରେକ୍ଟରଙ୍କ ସବଜେକ୍ଟ | ଆପଣ ମୋ ଟୋନ ଉପରେ କେମିତି ପ୍ରଶ୍ନ ଉଠାଉଛନ୍ତି ? ଏହାକୁ ବରଦାସ୍ତ କରିବି ନାହିଁ | ଆପଣ ଜଣେ ସେଲିବ୍ରିଟି ଅଟନ୍ତି |
ଧନଖଡ଼ଙ୍କ ସେଲିବ୍ରିଟି ଶବ୍ଦକୁ ନେଇ ତାତି ଉଠିଥିଲେ ବିରୋଧୀ | ଜୟ ଜଣେ ବରିଷ୍ଠ ସଦସ୍ୟ | ତାଙ୍କୁ ସେଲିବ୍ରିଟି କହିବା ଠିକ ନୁହଁ ବୋଲି କହି ହଂଗାମା କରିଥିଲେ |
ଏହାର ଉତ୍ତରରେ ଅଧ୍ୟକ୍ଷ ଧନଖଡ଼ କହିଥିଲେ ଆପଣଙ୍କର ଏପରି କଥା ଜଣେ ବରିଷ୍ଠ ସଦସ୍ୟଙ୍କ ଚେୟାରକୁ ନୀଚ୍ଚ କରି ଦେଇଛି | ମୋ ପାଖରେ ଆପଣଙ୍କ ସ୍କ୍ରିପ୍ଟ ଅଛି | ଏହାପରେ ବିପକ୍ଷ ସାଂସଦ ନାରାବାଜି କରି ଗୃହ ଛାଡି ପଳାଇଥିଲେ | ବିରୋଧୀଙ୍କ ହଂଗାମା ଉପରେ ଅଧ୍ୟକ୍ଷ କହିଥିଲେ, ଏମାନେ ଆଲୋଚନାରେ ସାମିଲ ହେବାକୁ ଚାହୁଁ ନାହାନ୍ତି | ଏମାନେ ନିଜ କର୍ତ୍ତବ୍ୟରୁ ୱାକଆଉଟ କରୁଛନ୍ତି | ଅଧ୍ୟକ୍ଷ ଭାରତଛାଡ଼ ଆନ୍ଦୋଳନରୁ ଆରମ୍ଭ କରି ଏମର୍ଜେନ୍ସି ପର୍ଯ୍ୟନ୍ତ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ସମାଲୋଚନା କରିଥିଲେ |