
ନୂଆଦିଲ୍ଲୀ: ଆଜି ସଂସଦ ଭବନରେ ମାହୋଲ ଟିକେ ଭିନ୍ନ ଥିଲା | ରାଜ୍ୟସଭା ହାସ୍ୟରୋଳରେ କମ୍ପୁଥିଲା | ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ସମେତ ସମସ୍ତ ସଦସ୍ୟ ହସୁଥିଲେ |
ରାଜ୍ୟସଭାରେ ସମାଜବାଦୀ ପାର୍ଟି ସଦସ୍ୟା ଜୟା ବଚ୍ଚନ ଠିଆ ହୋଇ କହିଥିଲେ ମୁଁ ଜୟା ଅମିତାଭ ବଚ୍ଚନ ଆପଣଙ୍କୁ ପଚାରୁଛି | ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଜୋରରେ ହସି ଉଠିଥିଲେ | ଅଧ୍ୟକ୍ଷଙ୍କ ଏମିତି ହସିବା ଦେଖି ସାରା ସଦନ ହସରେ କମ୍ପି ଉଠିଥିଲା |
ଏହାପୂର୍ବରୁ ରାଜ୍ୟସଭା ଉପସଭାପତି ହରିବଂଶ ଜୟା ବଚ୍ଚନଙ୍କୁ ଜୟା ଅମିତାଭ ବଚ୍ଚନ ନାମରେ ଡାକିଥିଲେ | ଏହାଶୁଣି ରାଗି ଯାଇଥିଲେ ଜୟା | ମହିଳାଙ୍କର କଣ ନିଜସ୍ୱ ପରିଚୟ ନାହିଁ ? ସେମାନେ କାହିଁକି ସ୍ୱାମୀଙ୍କ ନାଁରେ ପରିଚିତ ହେବେ ବୋଲି ଉପସଭାପତିଙ୍କୁ ପ୍ରଶ୍ନ କରିଥିଲେ |
ତେବେ ଆଜି ଜୟାଙ୍କ କଥା ଶୁଣି ଧନଖଡ଼ କହିଥିଲେ, ମୁଁ ଆପଣଙ୍କର ଫ୍ୟାନ, ଅମିତାଭଙ୍କର ବି ଫ୍ୟାନ | ସଭାପତିଙ୍କ କଥା ଶୁଣି ଜୟା ବଚ୍ଚନ ବିନମ୍ରତାର ସହ ହାତ ଯୋଡ଼ିଥିଲେ |
ଜଵାବଚ୍ଚନ ସଭାପତିଙ୍କୁ କହିଥିଲେ, ଆଜି କଣ ଆପଣଙ୍କୁ ଲାଞ୍ଚ ବ୍ରେକ ମିଳିଲା ? ଧନଖଡ଼ କହିଲେ, ଏହି କାରଣରୁ ଆପଣ ଜୟା ରାମଜୀ ନାମ ବାରମ୍ବାର ଦେଉଛନ୍ତି | ଏହି ନାମ ନ ନେଲେ ଆପଣଙ୍କ ଖାଦ୍ୟ ହଜମ ହେଉନି |
ଏହା ମଧ୍ୟ ଗୃହରେ ହାସ୍ୟରୋଳ ସୃଷ୍ଟି କରିଥିଲା |