Site icon UTKAL PRATIDIN

ଜାଲିଆନାୱାଲା ବାଗ ନରସଂହାରକୁ ପୂରିଲା ୧୦୬ ବର୍ଷ, ବୈଶାଖୀରେ ବୋହିଥିଲା ରକ୍ତର ନଦୀ

jallianwala-bagh-massacre

ଭୁବନେଶ୍ଵର: ଆଜି ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ୧୦୬ତମ ବାର୍ଷିକୀ । ୧୯୧୯ ମସିହାର ଏହି ଦିନ ଭାରତୀୟ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଭାବେ ଯୋଡ଼ି ହୋଇଥିଲା। ପଞ୍ଜାବର ଅମୃତସରସ୍ଥିତ ଜାଲିଆନୱାଲା ବାଗରେ ବ୍ରିଟିଶ ସେନାନୀର ଜେନେରାଲ ରେଜିନାଲ୍ଡ ଡାୟାରଙ୍କ ନିର୍ଦ୍ଦେଶରେ ନିରସ୍ତ୍ର ଭାରତୀୟଙ୍କ ଉପରେ ନିର୍ଦ୍ଦୟ ଗୁଳିଚାଳନା ହୋଇଥିଲା। ଏହି ହତ୍ୟାକାଣ୍ଡ ସ୍ବାଧୀନତା ଆନ୍ଦୋଳନକୁ ନୂଆ ଦିଗ ଦେଖାଇଥିଲା ଏବଂ ଅସହଯୋଗ ଆନ୍ଦୋଳନର ମୂଳଦୁଆ ପକାଇଥିଲା। ଏହି ଦିନରେ ଦେଶର ବିଭିନ୍ନ ପ୍ରାନ୍ତରେ ସ୍ମରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ରମାନ କରାଯାଇଥାଏ।

ଏପ୍ରିଲ ୧୩ ତାରିଖ ହେଉଛି ବୈଶାଖୀ । ସେହି ବର୍ଷ ହଜାର ହଜାର ଲୋକ ଅମୃତସରରେ ପହଞ୍ଚି ଏହି ଉତ୍ସବ ପାଳନ କରିଥିଲେ । ବହୁ ସଂଖ୍ୟାରେ ଲୋକ ଏଠାରେ ପହଞ୍ଚିଥିଲେ । ତେବେ ଭାରତୀୟଙ୍କ ରାଷ୍ଟ୍ରୀୟ ପ୍ରେମକୁ ବନ୍ଦ କରିବାକୁ କଡା ଆଭିମୁଖ୍ୟ ଆପଣାଇଥିଲା ତତକାଳୀନ ବ୍ରିଟିଶ ସରକାର । ବ୍ରିଟିଶ ସରକାରଙ୍କ ପକ୍ଷରୁ ଜେନେରାଲ ଡାୟାର ଜାରି କରିଥିଲେ ଏକ ଇସ୍ୟୁ । ଯାହା ଅମୃତସରରେ ସର୍ବସାଧାରଣ ସ୍ଥାନରେ ଏକାଠି ହେବା ଓ ମିଟିଂ କରିବାକୁ ବ୍ୟାନ କରିଥିଲା । କିନ୍ତୁ ଏପ୍ରିଲ ୧୩ରେ ପଞ୍ଜାବୀ ନବ ବର୍ଷ ବୈଶାଖୀ ଉପଲକ୍ଷେ ଜାଲିଆନାୱାଲା ବାଗରେ ଏକ ସଭା ହେବାକୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ବ୍ରିଟିଶ ସରକାର ଏହାର ସୂଚନା ପାଇ କ୍ରୁରତା ଦେଖାଇଥିଲେ । ଜେନେରାଲ ଡାୟାରଙ୍କ ନେତୃତ୍ବରେ ୯୦ ଜଣ ବ୍ରଚିଶ ସୈନିକ ସେଚାରେ ପହଞ୍ଚି ସମସ୍ତ ମାର୍ଗ ବନ୍ଦ କରିଦେଇଥିଲେ ।

୧୦ ମିନିଟ ଅତର୍କିତ ଗୁଳି ଚାଳନା:ପୈଶାଚିକ ମନୋବୃତ୍ତିର ପରିଚୟ ଦେଇ ଡାୟାର ଆରମ୍ଭ କରିଥିଲେ ଅତର୍କିତ ଗୁଳି ଚାଳନା । ସେ କହିଥିଲେ ଯେଉଁ ସ୍ଥାନରେ ଅଧିକ ଲୋକ ରହିଛନ୍ତି, ସେଠାରେ ଅଧିକ ଗୁଳି ଚଳାନ୍ତୁ । ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଲା । ଅନେକ ଖସିଯିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ । ଗୁଳିରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ନିକଟସ୍ଥ କୂଅକୁ ଡେଇଁପଡିଥିଲେ। ତଥାପି କୌଣସି ଜୀବନ ରକ୍ଷା ହୋଇପାରିଲା ନାହିଁ । କିଛି କ୍ଷଣ ମଧ୍ୟରେ ରକ୍ତର ନଦୀ ବୋହିଥିଲା । ପ୍ରାୟ ୧୦୦୦ରୁ ଅଧିକ ଭାରତୀୟ ପ୍ରାଣ ହରାଇଥିଲେ । ଆଜି ମଧ୍ୟ ଜଲିଆନାୱାଲା ବାଗ କାନ୍ଥରେ ସେହି ଗୁଳିର ଚିହ୍ନ ରହିଛି ।


Exit mobile version