Site icon UTKAL PRATIDIN

ଫେରିବାଲା ମୁଖା ପଛରେ ଜାଲ ନୋଟର ମାଷ୍ଟର ମାଇଣ୍ଡ

15

ସୋନପୁର : ସପ୍ତମ ଶ୍ରେଣୀ ଫେଲ ଫେରିବାଲାର ସୈତାନ ଦିମାଗ । ଛତିଶଗଡ଼ରୁ ଓଡ଼ିଶା ଯାଏଁ ଲମ୍ବିଥିବା ଜାଲ୍‌ ନୋଟ୍‌ କାରବାରରେ ମାଷ୍ଟର ମାଇଣ୍ଡ ହେଉଛି ସପ୍ତମ ଫେଲ୍ ବୁଲା ବେପାରୀ । ଦିନରେ ବୁଲି ବୁଲି ଶାଢୀ ବେପାର କରେ । ରାତି ହେଲେ ଜାଲ୍ ନୋଟ୍ କାରବାର କରି କମାଏ କୋଟି କୋଟି ଟଙ୍କା । ୨୫ ହଜାର ଟଙ୍କା ବଦଳରେ ଦେଉଥିଲା ଲକ୍ଷେ ଟଙ୍କାର ଜାଲ୍ ନୋଟ୍ ।

ସୋନପୁରରେ ଜାଲ୍ ନୋଟ୍ ରାକେଟ୍ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଠାବ କରିବା ପରେ ଏ ନେଇ ଛାନଭିନ୍ ଜାରି ରହିଛି । ତଦନ୍ତ ବେଳେ ଏହା ସହ ଆହୁରି କେତେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ସୋନପୁର ଉଲୁଣ୍ଡା ଅଞ୍ଚଳର ଦୀପକ ମେହେରକୁ ଗିରଫ କରାଯାଇଛି । ଦୀପକ ପାଖରୁ ୪୧ ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ ଜବତ ପରେ ଆହୁରି ଖୋଳତାଡ଼ କରୁଛି ଏସଟିଏଫ୍ । ସୋନପୁର ମାଟିଖାଇ ଗାଁ ଓ ଆଖପାଖରେ ୨ ଦିନ ଧରି ଛାନବିନ ଚଳାଇଛି ସ୍ପେଶାଲ ଟାସ୍କଫୋର୍ସ । ଜାଲ ନୋଟ କାରବାର ମାଷ୍ଟରମାଇଣ୍ଡ ଯଶୋବନ୍ତ ମେହେରକୁ ଧରିବା ପାଇଁ ଏବେ ବି ଚଢ଼ାଉ ଚାଲୁ ରହିଛି ।

ଗିରଫ ଅଭିଯୁକ୍ତ ଦୀପକ ମେହେରର ଭାଇ ହେଉଛି ଯଶୋବନ୍ତ । ଯଶୋବନ୍ତ କୋଟି କୋଟି ଟଙ୍କାର ଜାଲ୍ ନୋଟ ଗଚ୍ଛିତ ରଖିଥିବା ଜଣାପଡିଛି । ପଶ୍ଚିମ ଓଡିଶାର କିଛି ପାୱାରଫୁଲ ଲୋକଙ୍କ ସହ ଥିଲା ଯଶୋବନ୍ତର ସମ୍ପର୍କ । ସିଡିଆର ରୁ ସାଙ୍ଘାତିକ ତଥ୍ୟ ପାଇଛି ଏସଟିଏଫ୍ । ଫେରିବାଲା ଭାବେ ବୁଲି ବୁଲି ଶାଢ଼ୀ ବିକ୍ରି କରନ୍ତି ଦୁଇ ଭାଇ । କିନ୍ତୁ ଜାଲ ନୋଟ କାରବାର ହେଉଛି ଦୁଇ ଭାଇଙ୍କ ମୁଖ୍ୟ କାମ । ଅଭିଯୁକ୍ତ ଦୀପକ ଠାରୁ ୪୧ ଲକ୍ଷ ୧୬ ହଜାର ଜବତ କରିଥିଲା ଏସଟିଏଫ୍ । ସାଧାରଣ ନିର୍ବାଚନ ପୂର୍ବରୁ ଛତିଶଗଡ଼ ଚାଲାଣ ହୋଇଥାନ୍ତା ନକଲି ନୋଟ । ତାଙ୍କୁ ଲକ୍ଷେ ଟଙ୍କାର କାରବାର କଲେ ୨୫ ହଜାର ଟଙ୍କା ମିଳୁଥିଲା ବୋଲି ଜଣାପଡିଛି ।

Exit mobile version