ବେଶ କିଛି ଦିନ ହେବ ଭିଜିଲାନ୍ସ ଆକ୍ଟିଭ ମୋଡ଼ ରେ ଅଛି ।ଭିଜିଲାନ୍ସ ଜାଲରେ ପଡିଛନ୍ତି ମାଳ ମାଳ ସରକାରୀ କର୍ମଚାରୀ।ଏସବୁ ଭିତରେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କାରାଗାରର ସୁପରିଟେଣ୍ଡେଣ୍ଟ୍ ସତ୍ୟ ପ୍ରକାଶ ସ୍ୱାଇଁଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ ।କେନ୍ଦୁଝର ଅଫିସ୍, ବାସଭବନ,ଭଦ୍ରକ ପୈତୃକ ଭବନ, ଭୂବନେଶ୍ଵର ଲକ୍ଷ୍ମୀସାଗର ନିଜ ଘର ଓ ଶ୍ୱଶୁର ଘର ଜାଗମରାର ନିଜ ଘର ମିଶି ମୋଟ୍ ଏକକାଳୀନ ୭ ଟି ସ୍ଥାନରେ ଚଢାଉ ଜାରି ରହିଛି ।ତଦନ୍ତ ପରେ ମୋଟ ସମ୍ପତ୍ତିର ଆକଳନ କେତେ ବୋଲି କହିପାରିବେ ୟୁନିଟ୍ ଡିଏସ୍ପି ସୁଧାଂଶୁ ପୂଜାରୀ କହିଛନ୍ତି।
ଭିଜିଲାନ୍ସ ରାଡ଼ାରରେ ଜେଲ ସୁପରିଟେଣ୍ଡେଣ୍ଟ

