Site icon UTKAL PRATIDIN

ଚନ୍ଦ୍ରବାବୁଙ୍କୁ ସାଇଡ ମାରିବେ ଜଗନ

2

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖେଇ ଆସୁଛି ଆନ୍ଧ୍ରପ୍ରଦେଶ ରାଜନୀତି ସେତିକି ସରଗରମ ହେଉଛି। ଟିଡିପି ମୁଖ୍ୟ ତଥା ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ ହେବା ପରେ ରାଜ୍ୟ ରାଜନୀତି ଆହୁରି ତୀଵ୍ର ହୋଇଛି।

ସେପଟେ ବିଜେପି ସହ ସମ୍ପର୍କ ଦୃଢ କରିବାକୁ ଉଭୟ ଶାସକ ୱାଇଏସଆର କଂଗ୍ରେସ ଓ ଟିଡିପି ଉଦ୍ୟମ କରୁଛନ୍ତି। ଏହି କ୍ରମରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ।

ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୬ ତାରିଖରେ ଏହି ଭେଟଘାଟ ହେବ ବୋଲି କୁହାଯାଉଛି। ସ୍କିଲ ଡେଭଲପମେଣ୍ଟ ସ୍କାମରେ ସମ୍ପୃକ୍ତି ଅଭିଯୋଗରେ ଚନ୍ଦ୍ରବାବୁ ନାଇଡୁ ଗିରଫ ହେବା ସମୟରେ ଜଗନ ରେଡ୍ଡୀ ବିଦେଶ ଗସ୍ତରେ ଥିଲେ।

ବିଦେଶରୁ ଫେରିବା ପରେ ଜଗନ ରେଡ୍ଡୀ ବିଜେପି ନେତୃତ୍ୱଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ ଏହା ସମ୍ଭବ ହୋଇ ନ ଥିଲା। କିନ୍ତୁ ଏବେ ସାକ୍ଷାତ କାର୍ଯ୍ୟକ୍ରମ ନେଇ ଚୂଡାନ୍ତ ହୋଇଛି ବୋଲି ଆଲୋଚନା ହେଉଛି।

ଆନ୍ଧ୍ରର ବିଧାନସଭା ନିର୍ବାଚନ ସହ ଲୋକସଭା ନିର୍ବାଚନ ଆଗକୁ ଥିବାରୁ ଆଗାମୀ ରଣନୀତି ଓ ମେଣ୍ଟ ସମ୍ପର୍କରେ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ଚନ୍ଦ୍ରବାବୁ ନାଇଡୁ ଗିରଫ ହେବା ପରେ ଟିଡିପି ଜାତୀୟ ସାଧାରଣ ସମ୍ପାଦକ ଏନ ଲୋକେଶ ଦିଲ୍ଲୀରେ ବାରମ୍ବାର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି।

Exit mobile version