ଝାରସୁଗୁଡା ରାଉତବାହଲ ଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ସ୍ୱାମୀଙ୍କ ଉପରେ ହାତ ଉଠେଇବା ସ୍ତ୍ରୀ ପାଇଁ ପଡିଲା ମାହାଙ୍ଗା ।ଏହାର ପରିମାଣ ଏତେ ଭୟଙ୍କର ହେବ ବୋଲି ଭାବିନଥିଲେ ସ୍ତ୍ରୀ ।ସ୍ତ୍ରୀଙ୍କୁ ଲଣ୍ଡା କରି ବାସନ୍ଦ କରିବାର ଭୟ ଦେଖାଇ ଖସି ମାଂସ ଖାଇଲେ ଜାତିଭାଇ ।ତାମିଲନାଡୁରେ କାମ କରୁଥିବା ପୁଅ ଗାଁକୁ ଫେରିବା ପରେ ଅଭିଯୁକ୍ତ ବିରୋଧରେ ସ୍ୱର ଉଠେଇବା ସହ ଏ ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।ପୁଅଙ୍କ ମାମଲା ରୁଜୁ କରିବାପରେ ପୋଲିସ ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ।
ପରମ୍ପରା ଆଳରେ ମାନବିକତାର ସୀମା ଟପିଗଲେ ସ୍ୱାମୀ ଓ ଜାତି ଭାଇ
