
ମୁମ୍ବାଇ: ଭାରତର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ତଥା ଫିଲ୍ମ ଅଭିନେତ୍ରୀ ଆଥିୟା ଶେଟ୍ଟୀ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ରାହୁଲ ଏହି ଖୁସୀ ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି ।
ଆଥିୟା ଶେଟ୍ଟୀ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଆଥିୟା ୮ ନଭେମ୍ବର ୨୦୨୪ରେ ଗର୍ଭବତୀ ହେବା କଥା ଜଣାଇଥିଲେ । ଏଥିସହ କହିଥିଲେ ଧେ, ସେ ଏପ୍ରିଲ ୨୦୨୫ରେ ଶିଶୁକୁ ଜନ୍ମ ଦେବେ । କିନ୍ତୁ ଏହା ପୂର୍ବରୁ ସେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଆଥିୟା ଏବଂ ରାହୁଲ ଇନଷ୍ଟାଗ୍ରାମରେ ଏକ ପ୍ଧେ୍ମୃ ସେୟାର କରିଛନ୍ତି, ଏଥିରେ ଲେଖାଯାଇଛି ଯେ, “ବ୍ଲେସ୍ଡ ୱିଥ୍ ବେବି ଗାର୍ଲ.. ୨୪.୦୩.୨୦୨୫ ।”
ଏହି ଦମ୍ପତ୍ତି ଏହି ଖବର ଦେବା ମାତ୍ରେ ସଙ୍ଗେ ସଙ୍ଗେ କିୟାରା ଆଡଭାନୀ, ଅର୍ଜୁନ କପୁର, ଟାଇଗର ଶ୍ରଫ, ମୃଗାଳ ଠାକୁର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଅଜା ହୋଇଥିବା ସୁନୀଲ ଶେଟ୍ଟୀ ମଧ୍ୟ ନିଜ ଝିଅ-ଜ୍ୱାଇଁଙ୍କୁ ଶୁଭେଚ୍ଛା ଜଣାଇ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଅଭିନେତ୍ରୀଙ୍କ ଏହି ପୋଷ୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସବୁ ମହଲରୁ ଏହି ଦମ୍ପତ୍ତିଙ୍କୁ ଶୁଭେଚ୍ଛା ମିଳୁଥିବା ଦେଖିବାକୁ ମିଳିଛି ।
ଆଇପିଏଲର ଗତ ସଂସ୍କରଣରେ ରାହୁଲ ଲକ୍ଷ୍ନୌ ଟିମ ପକ୍ଷରୁ ଖେଳିଥିଲେ । ଦଳ ଏହି ସଂସ୍କରଣରେ ଭଲ ପ୍ରଦର୍ଶନ କରିଥିଲା । ଏହାର ମାଲିକଙ୍କ ସହ ରାହୁଲଙ୍କ ମତଭେଦ ସେ ସମୟରେ ଚର୍ଚ୍ଚାର କାରଣ ସାଜିଥିଲା । ମେଗା ନିଲାମରେ ରାହୁଲଙ୍କୁ ଦିଲ୍ଲୀ କିଣିଥିଲା ।