ଗାଜା ଷ୍ଟ୍ରିପରେ ଥିବା ପାଲେଷ୍ଟାଇନ ଆତଙ୍କବାଦୀ ଭୟଙ୍କର କାଣ୍ଡ ଯୋଗୁଁ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ l ପାଲେଷ୍ଟାଇନ ଆତଙ୍କବାଦୀ ଇସ୍ରାଏଲ ଆଡକୁ ଆଜି ସକାଳେ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ ରକେଟ୍ ଉତକ୍ଷେପଣ କରିବା ପରେ ଏବେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ ।
ଇସ୍ରାଏଲର ଏକ ଉଦ୍ଧାରକାରୀ ସଂସ୍ଥାର ସୂଚନା ଅନୁଯାୟୀ , ଦକ୍ଷିଣ ଇସ୍ରାଏଲର ବିଭିନ୍ନ ସ୍ଥାନରେ ରକେଟ ମାଡ ହୋଇଛି । ଆଜି ସକାଳେ ପାଲେଷ୍ଟାଇନ ଆତଙ୍କବାଦୀ, ଇସ୍ରାଏଲ ଆଡକୁ ଦଶ ହଜାରରୁ ଅଧିକ ରକେଟ୍ ଉତକ୍ଷେପଣ କରିଥିଲେ। ପ୍ରାୟ ଅଧା ଘଣ୍ଟା ଭଳିଆ ସମୟ ଧରି ଏପରି ରକେଟ୍ ମାଡ ଚାଲିଥିଲା । ଏଥିରେ ଜଣେ ୨୦ ବର୍ଷର ଯୁବକ ଏବଂ ଜଣେ ୭୦ ବର୍ଷୀୟ ମହିଳା ଗୁରୁତର ଆହତ ହୋଇଛନ୍ତି।
ତେବେ ଦକ୍ଷିଣ ଏବଂ ମଧ୍ୟ ଇସ୍ରାଏଲରେ ରକେଟ୍ ଆକ୍ରମଣ ଜାରି ରହିଥିବା ଯୋଗୁଁ ଲକ୍ଷ ଲକ୍ଷ ଇସ୍ରାଏଲବାସୀଙ୍କୁ ସେମାନଙ୍କ ଘର ଏବଂ ଆପାର୍ଟମେଣ୍ଟ ବିଲ୍ଡିଂରେ ନିକଟରେ ଥିବା ବୋମା ଆଶ୍ରୟସ୍ଥଳୀରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଜା ଅଞ୍ଚଳବାସୀଙ୍କୁ ମଧ୍ୟ ଘରୁ ନ ବାହାରି ସୁରକ୍ଷିତ ଭାବେ ଘରେ ରହିବାକୁ ସେନାବାହିନୀ ପକ୍ଷରୁ ପରାମର୍ଶ ଦିଆଯାଇଛି ।