Site icon UTKAL PRATIDIN

ମାନିଲାନି ଇସ୍କନ,ହେଲା ଅଦିନିଆ ରଥଯାତ୍ରା

Rath_yatra_1731210794

ଏତେ ବିବାଦ ପରେ ମଧ୍ୟ ମାନିଲାନି ଇସ୍କନ ।ଗତକାଲି ଆମେରିକା ହ୍ୟୁଷ୍ଟନ୍‌ରେ କରିଛି ଅଦିନିଆ ରଥଯାତ୍ରା। ‘ଫେଷ୍ଟିଭାଲ ଅଫ ବ୍ଲିସ’ ନାଁରେ ରଥଯାତ୍ରା କରିଛି ଇସ୍କନ। ରଥରେ ଚତୁର୍ଦ୍ଧା ମୂର୍ତ୍ତି ନଥିଲେ ବି ରାଧାକୃଷ୍ଣଙ୍କ ମୂର୍ତ୍ତି ରଖି ନନ୍ଦିଘୋଷ ଭଳି ଅବିକଳରଥ ନିର୍ମାଣ କରି ଟାଣିଛି ଇସ୍କନ। ଯାହା ଓଡ଼ିଆ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି।ଇସ୍କନର ଅଦିନିଆ ରଥଯାତ୍ରାକୁ ସମସ୍ତ ଜଗନ୍ନାଥ ପ୍ରେମୀ ସନାତନଧର୍ମ ବାସୀ ବିରୋଧ କରୁଛନ୍ତି ।ଅଦିନରେ ନନ୍ଦିଘୋଷ ରଥ ଗଡ଼ିବା ଓ ଇସ୍କନର ଏଭଳି ମନୋଭାବକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏନେଇ ଇସ୍କନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Exit mobile version