Site icon UTKAL PRATIDIN

ଖରା ଦିନରେ ଆପଣ ମଧ୍ୟ ପିଉଛନ୍ତି କି ଫ୍ରିଜ ପାଣି ? ମାଡି ଆସିବ ଏହି ଭୟଙ୍କର ରୋଗ

1-drinkcold

ଭୁବନେଶ୍ଵର: ଖରାଦିନେ ଅତିରିକ୍ତ ଗରମ ଲାଗିଲେ କିମ୍ବା ବାହାରୁ ଘରକୁ ଫେରିଲେ ଫ୍ରିଜ୍‌ ପାଣି ପିଇବାର ଅଭ୍ୟାସ ଅଛି କି? ଯଦି ଅଛି ତାହାଲେ ଏଥିରୁ ଦୂରେଇ ରହନ୍ତୁ। କାରଣ ଫ୍ରିଜ୍‌ରେ ଥିବା ଥଣ୍ଡା ପାଣି ଶରୀର ପାଇଁ ସାଜିଥାଏ କ୍ଷତିକାରକ। ଖରାଦିନେ ଅଧିକାଂଶ ଲୋକ ଥଣ୍ଡା ପାଣି ଏବଂ ମୃଦୁ ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି। ଫ୍ରିଜରେ ରଖା ଯାଇଥିବା ଥଣ୍ଡା ପାଣି ବା କୋଲ୍ଡ ଡ୍ରିଙ୍କସ୍ ପିଇଥାନ୍ତି। ଯାହା ଫଳରେ ଆମ ଶରୀରରେ ଅନେକ କ୍ଷତି ହୋଇଥାଏ?

ବିଶେଷଜ୍ଞମାନେ କୁହନ୍ତି, ଅଧିକ ପରିମାଣରେ ଥଣ୍ଡା ପାଣି ପିଇଲେ ଆମ ରକ୍ତନଳୀ ସଂକୁଚିତ ହୋଇଯାଏ। ଏମିତି କି ଖାଦ୍ୟ ହଜମ ହେବାରେ ଅସୁବିଧା ହୋଇଥାଏ। ଶରୀରକୁ ପୁଷ୍ଟିସାର ମିଳିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ।ଫଳରେ ବଦ ହଜମୀର ଶିକାର ହୋଇଥାନ୍ତି ଲୋକେ। ଅତିରିକ୍ତ ଥଣ୍ଡା ପାଣି ପିଇଲେ ଗଳାଜନିତ ରୋଗ ଦେଖାଦିଏ। ନାକପଟେ ପାଣି ବହିବା ଆରମ୍ଭ ହୁଏ ଏବଂ ଖାଦ୍ୟନଳୀରେ ସଂକ୍ରମଣ ଦେଖାଦିଏ। ବିଶେଷକରି ଖାଦ୍ୟ ଖାଇବା ପରେ ଆଦୌ ଥଣ୍ଡା ପାଣି ପିଅନ୍ତୁ ନାହିଁ। କାରଣ ଶ୍ୱାସନଳୀରେ ମଧ୍ୟ ସଂକ୍ରମଣ ଘଟିଥାଏ।

ଆମେ ଖାଉଥିବା ସ୍ନେହସାର ଜନିତ ଖାଦ୍ୟ ଶରୀରରେ ଠିକ୍ ଭାବେ ପାଚନ ହୋଇନଥାଏ। ଫଳରେ ଏସବୁ ଖାଦ୍ୟ ଶରୀରରେ ଜମି ରହିଥାଏ। ବିଶେଷଜ୍ଞମାନଙ୍କ କହିବା କଥା, ଗରମ ଦିନେ ବାହାରୁ ଫେରିଲେ ବା ଶୋଷ ଲାଗିଲେ ଫ୍ରିଜରେ ରଖାଯାଇଥିବା ପାଣି ପିଅନ୍ତୁ ନାହିଁ। ଯଦି ଥଣ୍ଡା ପାଣି ପିଇବାକୁ ଚାହୁଁଛନ୍ତି ତାହାଲେ ଘରେ ମାଠିଆ ରଖନ୍ତୁ। ମାଠିଆ ପାଣି ପିଅନ୍ତୁ। ଅନୁଧ୍ୟାନରୁ ଜଣାପଡ଼ିଛି, ଅତିରିକ୍ତ ଥଣ୍ଡା ପାଣି ପିଇଲେ ହୃଦସ୍ପନ୍ଦନ କମିଯାଏ। ଆମ ଦାନ୍ତରେ ରହିଥିବା ଭେଗାସ୍ ନର୍ଭକୁ ଥଣ୍ଡାପାଣି କ୍ଷତି ପହଞ୍ଚାଏ। ଏହି ଭେଗାସ୍ ନର୍ଭ ସ୍ନାୟୁତନ୍ତ୍ରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଅଂଶ ଅଟେ।

ଜିମ୍‌ରେ ୱାର୍କ ଆଉଟ୍ କରିବା ପରେ, ମର୍ଣ୍ଣିଂ ୱାକ୍ ଏବଂ ନୃତ୍ୟଶିଳ୍ପୀମାନେ ନାଚିବା ପରେ ଭୁଲରେ ବି ଥଣ୍ଡା ପାଣି ପିଅନ୍ତୁ ନାହିଁ। କାରଣ ଏପରି ଅଭ୍ୟାସ କରିବା ପରେ ଆମ ଦେହର ତାପମାତ୍ରା ବଢ଼ିଯାଏ। ଏହି ସମୟରେ ଥଣ୍ଡା ପାଣି ପିଇଲେ ଦେହର ତାପମାତ୍ରାରେ ହଠାତ୍ ପରିବର୍ତ୍ତନ ଘଟେ। ଏହା ହଜମରେ ଗୋଳମାଳ କରିବା ସହ ଶରୀରକୁ ଦୁର୍ବଳ କରି ପକାଏ। ୱାର୍କ ଆଉଟ ପରେ ସାମାନ୍ୟ ଗରମ ପାଣି ପିଇଲେ ଉପକାର ପାଇ ପାରିବେ।

Exit mobile version