
ଚଳିତ ବର୍ଷ ଜୁଲାଇ୯ ଆଡ଼ପମଣ୍ଡପ ବିଜେ ପହଣ୍ଡିବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ରଥ ଉପରେ ପଡିଯାଇଥିଲେ ।ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ୩ ଜଣିଆ କମିଟିକୁ ନେଇ ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ ଓ ଜେଟିପିଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି ।
ତିନିଜଣିଆ କମିଟି ମହାପ୍ରଭୁ ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାଶ ମହାପାତ୍ରଙ୍କ ପୁଅ ଅନାଥ ହଳଧର ଦାଶ ମହାପାତ୍ରଙ୍କୁ ଡାକି ପଚରାଉଚରା କରିଛି ।ଜୁଲାଇ ୯ରେ ଆଡପ ପହଣ୍ଡି ବେଳେ ଏହି ବଡ଼ ଅଘଟ ଘଟିଥିବା ବେଳେ ୧୦ ଦିନ ମଧ୍ୟରେ କମିଟି ତଦନ୍ତ କରି ରିପୋର୍ଟ ଦେବା କଥା ହେଲେ ଏହି ଘଟଣାକୁ ମାସେ ପୂରିଗଲାଣି ତେବେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।ଭିଡିଓ ଦେଖାଇ ତିନି ଜଣିଆ କମିଟି ଏଡିଏମ୍, ନୀତି ପ୍ରଶାସକ, ସିଟି DSP ତଦନ୍ତ କରୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭର୍ଚୁଆଲରେ ରହିଥିଲେ।