ରାଜନୀତି ମାହୋଲକୁ ଏବେ ସରଗରମ କରିଛି ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ଘଟଣା ।ବିଜେଡି ଶାସନରେ ଥିଲା ବେଳେ ପାଣ୍ଡିଆନ ବିଭିନ୍ନ ସ୍ଥାନକୁ ହେଲିକପ୍ଟରରେ ଗ୍ରସ୍ତ କରୁଥିଲେ ।ହେଲେ ଜଣେ ସଚିବ ହୋଇ କିପରି ହେଲିକପ୍ଟର ଗ୍ରସ୍ତ କରୁଥିଲେ ଓ କାହା ଅନୁମତି ନେଇ ଗ୍ରସ୍ତ କରୁଥିଲେ ବୋଲି ପ୍ରଶ୍ନ କରିଛି ବିଜେପି ସରକାର ।ସେ ତାଙ୍କର ବ୍ୟକ୍ତିଗତ କାମ ପାଇଁ ମଧ୍ୟ ସରକାରୀ ଟଙ୍କାରେ ହେଲିକପ୍ଟର ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ହୋଇଥିଲା ।
ଖୁବ ଶୀଘ୍ର ଏ ଘଟଣାର ତଦନ୍ତ ହେବ ସହ ସରକାର ଦୃଢ କାର୍ଯ୍ୟ ଅନୁଷ୍ଠାନ ନେବେ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା ।ଦୁର୍ନୀତି ବିରୋଧରେ ଆମ ସରକାର ଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ପରିବହନ ମନ୍ତ୍ରୀ ।ତେଣୁ ହେଲିକପ୍ଟର ବୁଲାର ରିପୋର୍ଟ ଅଳ୍ପ ଦିନ ମଧ୍ୟରେ ବାହାରିବ।