Site icon UTKAL PRATIDIN

SSG ଙ୍କୁ ୫ ଲକ୍ଷ ଟଙ୍କା ବିନା ସୁଧରେ ଋଣ ପ୍ରଦାନ

3

ଗୁଡଭେଲା: ମୁଖ୍ୟମନ୍ତ୍ରୀ ସର୍ବଦା ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଉଛନ୍ତି। ୫ ଲକ୍ଷ ଲେଖାଏଁ ଟଙ୍କା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯାଇଛି। ୫-ଟି ଜରିଆରେ ଯାହା ସବୁ ଟଙ୍କା ଓଡ଼ିଶାବାସୀଙ୍କ ହିତରେ ଖର୍ଚ୍ଚ କରାଯାଉଛି ସେସବୁ ଆପଣଙ୍କ ଟଙ୍କା ତେଣୁ ନିଜର ଘର ଟଙ୍କା ଭାବି ସ୍ୱଛତାର ସହ କାର୍ଯ୍ୟ କଲେ ନିଶ୍ଚିତ ଓଡ଼ିଶା ବିକାଶ କ୍ଷେତ୍ରରେ ଆହୁରି ଆଗେଇବି ବୋଲି ତୁଷୁରା ଗସ୍ତରେ ଆସି ୫-ଟି ସଚିବ ଭିକେ ପାଣ୍ଡିଆନ କହିଛନ୍ତି।

ପ୍ରଥମେ ସେ ତୁଷୁରା ସମଲେଶ୍ବରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ପରେ ମନ୍ଦିର ପରିଦର୍ଶନ କରିଥିଲେ। ଏହାପରେ ମନ୍ଦିର ପଡିଆରେ ଅନୁଷ୍ଠିତ ସାଧାରଣ ସଭାରେ ଉପସ୍ଥିତ ରହି ସାଧାରଣ ଜନତାଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମନ୍ଦିରକୁ ରୂପାନ୍ତରିତ ଯୋଜନାରେ ସାମିଲ କରିବା ସହ ତୁଷୁରା ସହରର ୧୦୧ ବର୍ଷର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତିଶ୍ରୁତି ଦେଇଥିଲେ।

ଦାବି ଗୁଡିକ ମଧ୍ୟରୁ ମନ୍ଦିର, ମଠ, ଚର୍ଚ୍ଚ, ମସଜିଦକୁ ପ୍ରାଥମିକତା ଦେଇ ଆଗାମୀ ୧୩ ତାରିଖ ଅର୍ଥାତ ସାତ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଖୁସି ଖବର ପାଇବେ ବୋଲି କହିଥିଲେ। ସଚିବଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ବିରୋଧ ଭୟରେ କଂଗ୍ରେସ ଦଳର ଯୁବ ନେତା ଶ୍ରୀକାନ୍ତ ବାଗ, କ୍ଷମାନିଧି ବୁଡେକ, ଶୋଭାଗ୍ୟ ରଣାଙ୍କୁ ତୁଷୁରା ଥାନାରେ ଅଟକ ରଖି ପରେ ପୁଲିସ ଛାଡି ଦେଇଥିବା ସୂଚନା ମିଳିଛି।

Exit mobile version