Site icon UTKAL PRATIDIN

୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ହେବ ବୀମା

insu

ବୀମା, ଅର୍ଥନୈତିକ ଅଭିବୃଦ୍ଧିକୁି ତ୍ୱରାନ୍ୱିତ କରିବା ପାଇଁ ଆର୍ଥିକ ସେବାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଅଟେ। ରାଜ୍ୟରେ ବୀମା ପ୍ରସାରଣ ବୃଦ୍ଧି କରିବା ପାଇଁ ଗତକାଲି ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣର ସଦସ୍ୟ ସଚିବ ସତ୍ୟଜିତ ତ୍ରିପାଠୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଭେଟିଛନ୍ତି। ରାଜ୍ୟରେ ବୀମାହାର ଜାତୀୟ ସ୍ତର ତୁଳନାରେ କମ ରହିଛି।

ଆସନ୍ତା ୨୦୪୭ ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ କରିବା ପାଇଁ ବୀମା କଭରେଜରେ ଉନ୍ନତି ଆଣିବା ପାଇଁ ରଣନୀତି ଉପରେ ଏହି ଅବସରରେ ଆଲୋଚନା କରାଯାଇଥିଲା। ସମସ୍ତ ଅଂଶୀଦାରଙ୍କ ସହଯୋଗରେ ପ୍ରଥମ ରାଜ୍ୟସ୍ତରୀୟ ବୀମା କମିଟିର(ଏସଏଲଆଇସି) ବୈଠକ ଆୟୋଜନ କରାଇବା ପାଇଁ ଏକ ସବିଶେଷ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ବୈଠକରେ ଆଇଆରଡିଏଆଇ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Exit mobile version