Site icon UTKAL PRATIDIN

ରଙ୍ଗକୁ ଖେଳକୁ କରନ୍ତୁ ସ୍ଵାଦଯୁକ୍ତ, ହୋଲିରେ ବନାନ୍ତୁ ସ୍ଵାଦିଷ୍ଟ ଥଣ୍ଡାଇ

14782436_sdafe

ଭୁବନେଶ୍ଵର: ‘ଥଣ୍ଡାଇ’ ହେଉଛି ଏକ ଏପରି ପାନୀୟ ଜଳ, ଯାହା ବିଭିନ୍ନ କାରଣରୁ ଶରୀରରେ ଉତ୍ପନ୍ନ ଉତ୍ତାପକୁ ଥଣ୍ଡା କରିପାରେ । ଏହା ଏକ ପ୍ରାଚୀନ ଗ୍ରୀଷ୍ମକାଳୀନ ଥଣ୍ଡା ପାନୀୟ । ଖ୍ରୀଷ୍ଟପୂର୍ବ ୧୦୦୦ରୁ ଏହି ପାନୀୟର ପ୍ରଚଳନ ରହିଆସିଛି ବୋଲି ବିଶ୍ୱାସ କରାଯାଏ । ଖରାଦିନେ ଏହାର ଚାହିଦା ବେଶ୍ ଉପରେ ଥାଏ । ବିଶେଷ କରି ଉତ୍ତର ପ୍ରଦେଶ ଓ ପଞ୍ଜାବରେ ଏହାର ବେଶ୍ ଚାହିଦା ରହିଛି । ତେବେ ରାତି ପାହିଲେ ହୋଲି । ଆଉ ହୋଲିରେ ଥଣ୍ଡାଇ ପିଇବାରର ମଜା ହିଁ ନିଆରା । ରଙ୍ଗ ଖେଳ ସାଙ୍ଗକୁ ଥଣ୍ଡାଇର ସ୍ଵାଦ, ହୋଲିକୁ ଆହୁରି ରଙ୍ଗୀନ କରିଦିଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଘରେ କିପରି ପ୍ରସ୍ତୁତ କରିବେ ଭାରତର ପ୍ରସିଦ୍ଧ ଏହି ଥଣ୍ଡାଇ, ଯାହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟକର ମଧ୍ୟ।

ଆବଶ୍ୟକ ସାମଗ୍ରୀ

ପ୍ରସ୍ତୁତି ପ୍ରଣାଳୀ

ମିଡିୟମ ଆଞ୍ଚରେ ଏକ ପ୍ୟାନରେ କ୍ଷୀର ଫୁଟାନ୍ତୁ। କ୍ଷୀର ଫୁଟିବା ସମୟରେ ବାଦାମ, ପିସ୍ତା, କାଜୁ, ମଗଚ ଏବଂ ଖସଖସକୁ ଏକା ସାଥିରେ ପେଶି ଦିଅନ୍ତୁ। ଭଲ ପେଷ୍ଟ ବନାଇବା ପାଇଁ ଆବଶ୍ୟକ ଅନୁସାରେ ଅଳ୍ପ କ୍ଷୀର ବି ମିଶାଇ ଦିଅନ୍ତୁ। ଅନ୍ୟପଟେ ଯେତେବେଳେ କ୍ଷୀର ଫୁଟିଆସିବାକୁ ଲାଗିବ ସେତେବେଳେ ଏଥିରେ କେସର ଏବଂ ଚିନି ପକାଇ ଦିଅନ୍ତୁ। ୪-୫ ମିନିଟ ପର୍ଯ୍ୟନ୍ତ ଚଲାଇ କ୍ଷୀରକୁ ଫୁଟାଇ ଦିଅନ୍ତୁ। ଏବେ ଅଳେଇଚ, ଗୋଲାପର ପାଖୁଡା, ଡାଲଚିନି ଏବଂ ଗୋଲମରୀଚକୁ ପେଶି ନିଅନ୍ତୁ। ଏହାର ଏକ ଫାଇନ୍‌ ପାଉଡର ବନାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ପେଷ୍ଟକୁ କ୍ଷୀରରେ ମିଶାଇ ଦିଅନ୍ତୁ ଏବଂ ୫ ମିନିଟ ପର୍ଯ୍ୟନ୍ତ ଧୀମା ଆଞ୍ଚରେ ଗ୍ୟାସରେ ବସାଇ ଦିଅନ୍ତୁ। ମଝିରେ ମଝିରେ ଚାମଚ ସାହାଯ୍ୟରେ ଚଲାନ୍ତୁ, ଯେମିତି କ୍ଷୀର ତଳେ ଲାଗିବନି। ଯେତେବେଳେ କ୍ଷୀର ଭଲଭାବେ ଫୁଟିଯିବ ଏଥିରେ ପାଉଡର ମିଶାଇ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ। ଆଉ ଯେତେବେଳେ ଅତିଥି ମାନେ ଘରକୁ ଆସିବେ ସେତେବେଳେ ଏଥିରେ ଗୋଲାପର ପାଖୁଡା ପକାଇ ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ। ଆପଣ ଚାହିଁଲେ ଏଥିରେ ବରଫ ପକାଇ ମଧ୍ୟ ସର୍ଭ କରିପାରିବେ।

Exit mobile version