ଆଜି ହଠାତ ଇଣ୍ଡିଗୋ ଏୟାରଲାଇନ୍ସର ସିଷ୍ଟମ ବନ୍ଦ ହୋଇଯାଇଛି ।ଏହି କାରଣରୁ ଦେଶର ବିଭିନ୍ନ ବିମାନ ବନ୍ଦରରେ ଯାତ୍ରୀମାନେ ଫସି ରହିଛନ୍ତି । ଯାତ୍ରୀମାନେ ସହାୟତା ପାଇଁ ଡିଜିସିଏକୁ ନିବେଦନ କରିଛନ୍ତି। ଏହି ସଙ୍କଟ ସକାଳ ୧୨.୩୦ ରେ ଆରମ୍ଭ ହୋଇଥିଲା ଏହି କାରଣରୁ କେବଳ ବିମାନ ଉଡ଼ାଣରେ ସମସ୍ୟା ହୋଇନାହିଁବରଂ ଗ୍ରାଉଣ୍ଡ ସେବା ମଧ୍ୟ ବନ୍ଦ ହୋଇଯାଇଛି। ଏହି ସମସ୍ୟା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ଯାତ୍ରୀମାନଙ୍କୁ କ୍ଷମା ମାଗିଛି.
ଅନେକ ଯାତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସେମାନଙ୍କର ସମସ୍ୟା ବିଷୟରେ ଲେଖିଛନ୍ତି | ଏହି ବୈଷୟିକ ସମସ୍ୟା ହେତୁ ଯାତ୍ରୀମାନେ ବିମାନ ଚଢିବାରେ କିମ୍ବା ଟିକେଟ୍ ବୁକ୍ କରିବାରେ ସକ୍ଷମ ହୋଇପାରୁନାହାନ୍ତି । ବଡ କଥା ଯେ ଏହି ସମସ୍ୟା ଯୋଗୁଁ ଯାତ୍ରୀମାନେ ବୋର୍ଡିଙ୍ଗ ପାସ ମଧ୍ୟ ପାଇପାରୁନଥିବାବେଳେ ବିମାନବନ୍ଦରମାନଙ୍କରେ ଅସମ୍ଭବ ଭିଡ ଦେଖିବାକୁ ମିଳିଛି | ଭ୍ରମଣରେ ବିଳମ୍ବ ହେତୁ ଯାତ୍ରୀମାନେ ବିମାନବନ୍ଦରରେ ଫସି ରହି ନିରାଶ ହୋଇଛନ୍ତି। ଇଣ୍ଡିଗୋ ଲେଖିଛି ଯେ ଆମ ନେଟୱାର୍କରେ ଏକ ଛୋଟ ସମସ୍ୟା ଦେଖାଦେଇଛି |