Site icon UTKAL PRATIDIN

ବୀପରିତ ଦିଗରେ ପ୍ରବାହିତ ହେଉଥିବା ନଦୀ, ଜାଣନ୍ତି କି….

river

ଭୁବନେଶ୍ଵର: ସାଧାରଣତଃ ଆପଣ ଜାଣିଥିବେ ଯେ, ଆମ ଦେଶରେ ଅନେକ ନଦୀ ଗୋଟିଏ ଦିଗରେ ପ୍ରବାହିତ ହୁଅନ୍ତି । ସମସ୍ତ ନଦୀର ପ୍ରବାହ ପଶ୍ଚିମରୁ ପୂର୍ବ ଦିଗକୁ ହେଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ଆମ ଦେଶର ଏପରି ଏକ ନଦୀ ଅଛି ଯାହା ପଶ୍ଚିମରୁ ପୂର୍ବକୁ ପ୍ରବାହିତ ନ ହୋଇ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହେଇଥାଏ । ଅର୍ଥାତ୍ ବିପରୀତ ଦିଗରେ ପ୍ରବାହିତ ହୋଇଥାଏ ଏହି ନଦୀ । ଏହି ନଦୀର ନାମ ହେଉଛି ନର୍ମଦା ନଦୀ । ଏହି ନଦୀର ଅନ୍ଯତମ ନାମ ରେବା ଅଟେ ।

ଗଙ୍ଗା ସହିତ ଅନ୍ୟ ନଦୀ ସମୂହ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହେଇ ବଙ୍ଗୋପ ସାଗରରେ ପଡିଥାନ୍ତି, କିନ୍ତୁ ନର୍ମଦା ନଦୀ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହେଇ ଆରବ ସାଗରରେ ପଡିଥାଏ । ନର୍ମଦା ନଦୀ ଭାରତର ମଧ୍ୟ ଭାଗରେ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହେଉଥିବା ମଧ୍ୟପ୍ରଦେଶ ଓ ଗୁଜୁରାଟର ଗୋଟେ ମୁଖ୍ୟ ନଦୀ ଅଟେ ।  ଯାହା ମେଖଳ ପର୍ବତର ଅମରକଣ୍ଟକ ପର୍ବତର ଶିଖରରୁ ଆସିଅଛି ।

ନର୍ମଦା ନଦୀ ବିଷୟରେ ବର୍ଣିତ ହେଇଥିବା ଏକ କାହାଣୀ ଅନୁସାରେ ନର୍ମଦା ନଦୀଙ୍କ ବିବାହ ସୋନଭଦ୍ର ନନ୍ଦଙ୍କ ସହ ହେଇଥିଲା । କିନ୍ତୁ ନର୍ମଦାଙ୍କ ବନ୍ଧୁ ଯୋହିଲାଙ୍କ କାରଣରୁ ଦୁହିଙ୍କ ସମ୍ପର୍କରେ ବିଭ୍ରାଟ ହେଇଥିଲା । ଏହି କାରଣରୁ କ୍ରୋଧିତ ହେଇ ନର୍ମଦା ଆଜୀବନ କୁମାରୀ ରହିବାସହ ବିପରୀତ ଦିଗରେ ପ୍ରବାହିତ ହେବାପାଇଁ ନିଷ୍ପତି ନେଇଥିଲେ ।

ଭୌଗଳିକ ଦୃଷ୍ଟିକୋଣରୁ ଦେଖିଲେ ଏହା ଜଣାପଡେ ଯେ ନର୍ମଦା ନଦୀ ଏକ ବିଶେଷ ସ୍ଥଳରେ ସୋନଭଦ୍ର ନଦୀ ଠାରୁ ଅଲଗା ହୋଇଅଛି । ଏହି ନହୀ ଏହାର ଧାରାର ବିପରୀତ ଦିଗରେ ପ୍ରବାହିତ ହେବାର ସବୁଠାରୁ ବଡ କାରଣ ହେଉଛି ରିଫ୍ଟ ଉପତ୍ୟକା (Rift Valley)। ରିଫ୍ଟ ଉପତ୍ୟକାର ଅର୍ଥ ହେଉଛି ଯେଉଁ ଦିଗରେ ନଦୀ ପ୍ରବାହିତ ହୋଇଥାଏ, ଏହାର ଢାଲୁ ଏହାର ବିପରୀତ ଦିଗରେ ଅବସ୍ଥିତ ରହିଥାଏ। ଏହି କାରଣରୁ ନର୍ମଦା ନଦୀର ପ୍ରବାହ ପୂର୍ବରୁ ପଶ୍ଚିମ ଦିଗକୁ ହୋଇଥାଏ। 

Exit mobile version