Site icon UTKAL PRATIDIN

ରହସ୍ୟମୟ ମନ୍ଦିର: ଭୋକ ହେଲେ ବଦଳିଯାଏ ଭଗବାନ କୃଷ୍ଣଙ୍କ ପ୍ରତିମାର ରଙ୍ଗ

2204897-thiruvarppu-krishna-temple-7

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଅନେକ ଚମତ୍କାର ଏବଂ ରହସ୍ୟମୟ ମନ୍ଦିର ଅବସ୍ଥିତ ରହିଛି। ଏପରି ଏକ ମନ୍ଦିର ଦକ୍ଷିଣ ଭାରତୀୟ ରାଜ୍ୟ କେରଳରେ ମହଜୁଦ ରହିଛି। ପ୍ରାୟ ଦେଢ ହଜାର ବର୍ଷର ପୁରୁଣା ମନ୍ଦିରରେ ଅର୍ପଣ କରାଯାଉଥିବା ଭୋଗ ନିଜେ ଭଗବାନ ସେବନ କରିଥାନ୍ତି। ଏହି ମନ୍ଦିରରେ ଭଗବାନ କୃଷ୍ଣଙ୍କ ଆରାଧନା କରାଯାଇଥାଏ। ଆହୁରି ମଧ୍ୟ, ଏହି ମନ୍ଦିରରେ ଦିନକୁ ୧୦ ଥର  ଭଗବାନଙ୍କୁ ଅର୍ପଣ କରାଯାଇଥାଏ।

ଦକ୍ଷିଣ ଭାରତୀୟ ରାଜ୍ୟ କେରଳର ଥିରୁଭାରାପୁ ଅଞ୍ଚଳରେ ଅବସ୍ଥିତ କୃଷ୍ଣ ମନ୍ଦିର କୌଣସି ରହସ୍ୟ ଠାରୁ କମ ନୁହେଁ। ବିଶ୍ୱାସ କରାଯାଏ ଯେ ଏହି ମନ୍ଦିରରେ ପୂଜା କରାଯାଉଥିବା ଭଗବାନ କୃଷ୍ଣଙ୍କ ମୂର୍ତ୍ତି ବହୁତ ଭୋକ ଅନୁଭବ ହୋଇଥାଏ। ମାନ୍ୟତା ରହିଛି ଯେ ଯଦି ମନ୍ଦିରର ଭଗବାନଙ୍କୁ ପ୍ରସାଦ ଅର୍ପଣ କରାଯାଏ ନାହିଁ କିମ୍ବା ଭୋଗ ଲଗାଇବା ବେଳେ ଯଦି କୌଣସି ଭୁଲ୍ ହୁଏ, ତାହେଲେ ଭୋକ କାରଣରୁ ପ୍ରଭୁଙ୍କ ଶରୀର ଦୁର୍ବଳ ହୋଇଯାଏ। ମନ୍ଦିରରେ ଭଗବାନଙ୍କୁ ପ୍ରସାଦ ଲାଗି କରିବା ସମୟରେ ବିଶେଷ ଯତ୍ନ ନିଆଯାଏ।

ଥିରୁଭାରାପୁ କୃଷ୍ଣ ମନ୍ଦିର ସହିତ ଜଡିତ ଅନେକ ପ୍ରସିଦ୍ଧ କିମ୍ବଦନ୍ତୀ ରହିଛି। କୁହାଯାଏ ଯେ ପାଣ୍ଡବ ଏହି ମନ୍ଦିରରେ ଭଗବାନ କୃଷ୍ଣଙ୍କ ପ୍ରତିମାକୁ ପୂଜାର୍ଚ୍ଚନା କରୁଥିଲେ। ପାଣ୍ଡବ ପ୍ରତିଦିନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଭଗବାନଙ୍କୁ ପ୍ରସାଦ ଅର୍ପଣ କରୁଥିଲେ। ଯେତେବେଳେ ପାଣ୍ଡବଙ୍କ ନିର୍ବାସନ ଶେଷ ହେବା ପରେ ଏଠାରେ ଚାଲିଯିବାକୁ ଆରମ୍ଭ କଲେ, ସେତେବେଳେ ଥିରୁଭାରାପୁ ଅଞ୍ଚଳର ମତ୍ସ୍ୟଜୀବୀ ଏଠାରେ ମୂର୍ତ୍ତି ରଖିବାକୁ ଅନୁରୋଧ କରିଥଲେ। ବିଶ୍ୱାସ କରାଯାଏ ଯେ ଥିରୁଭାରାପୁ ମନ୍ଦିରରେ ପୂଜା କରାଯାଉଥିବା ଭଗବାନ କୃଷ୍ଣଙ୍କ ମୂର୍ତ୍ତି କ୍ଷୁଧା ବରଦାସ୍ତ କରିପାରିବ ନାହିଁ। ଯେଉଁ କାରଣରୁ ଭଗବାନ କୃଷ୍ଣଙ୍କୁ ପ୍ରସାଦ ଅର୍ପଣ କରିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥାଏ। ମନ୍ଦିରରେ ଦିନକୁ ୧୦ ଥର ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରସାଦ ଲାଗି ହୋଇଥାଏ। 

ବିଶ୍ୱାସ କରାଯାଏ ଯେ ଥିରୁଭାରାପୁ ମନ୍ଦିରରେ ପୂଜା ପାଉଥିବା ଭଗବାନ କୃଷ୍ଣ ନିଜେ ଲାଗି ହେଉଥିବା ପ୍ରସାଦ ଗ୍ରହଣ କରିଥାନ୍ତି। କୁହାଯାଏ ଯେ ଧିରେ ଧିରେ ଯେଉଁ ଥାଳିରେ ଭୋଗ ଲାଗି ହୋଇଥାଏ, ସେହି ଥାଳିରୁ ପ୍ରସାଦ ଆସ୍ତେ ଆସ୍ତେ କମିଯାଏ କିମ୍ବା ଅଦୃଶ୍ୟ ହୋଇଯାଏ। ଥିରୁଭାରାପୁ କୃଷ୍ଣ ମନ୍ଦିର ସହ ଜଡ଼ିତ ଅନ୍ୟ ଏକ ବିଶେଷତ୍ୱ ​​ହେଉଛି ଚନ୍ଦ୍ର ଗ୍ରହଣ କିମ୍ବା ସୂର୍ଯ୍ୟ ପରାଗ ସମୟରେ ମଧ୍ୟ ବନ୍ଦ ହୋଇନଥାଏ। ଏନେଇ କୁହାଯାଏ ଯେ ଚନ୍ଦ୍ରଗ୍ରହଣ ସମୟରେ ଯଦି ମନ୍ଦିରରେ ଭୋଗ ଅର୍ପଣ କରାଯାଏ ନାହିଁ ତାହେଲେ ପ୍ରଭୁଙ୍କ ପ୍ରତିମା ବହୁତ ପତଳା ହୋଇଯାଉଥିଲା। ଏହା ପରେ ଆଦି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଚନ୍ଦ୍ର ଗ୍ରହଣର ସୂତକ ସମୟରେ ମଧ୍ୟ ଭଗବାନଙ୍କୁ ପ୍ରସାଦ ଅର୍ପଣ କରିବା ଆରମ୍ଭ ହୋଇଥିଲା।

Exit mobile version