Site icon UTKAL PRATIDIN

ଏପରି ହୋଟେଲ୍, ଯାହା ଦାୟିତ୍ଵରେ ରୁହନ୍ତି କେବଳ ମହିଳା

mirai-shokudo-hotel-restaurant-770x433

ଥିରୁଅନନ୍ତପୁରମ୍: ଈଶ୍ୱରଙ୍କ ନିଜସ୍ୱ ଘର କୁହାଯାଉଥିବା କେରଳରେ ରହିଛି ଅନେକ ଦର୍ଶନୀୟ ସ୍ଥାନ । ନୌକା ଗୃହ, ଜଳକ୍ରୀଡ଼ା ଓ ଦେଶୀ ଡ଼ଙ୍ଗାରେ ବୁଲିବାର ମଜା ସହ ଜଙ୍ଗଲ, ସମୁଦ୍ର ଓ ପାହାଡର ନୈସର୍ଗିକ ଶୋଭା ସୁଷମା ପାଇଁ ପର୍ଯ୍ୟଟକ କେରଲକୁ ଆସିଥାନ୍ତି ।

ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ କେରଳ ପର୍ଯ୍ୟଟନ ବିକାଶ କର୍ପୋରେସନ ଅନେକ ପ୍ରୟାସ କରିଥିବା ବେଳେ ରାଜ୍ୟକୁ ଆସୁଥିବା ଏକାକୀ ମହିଳା ପର୍ଯ୍ୟଟକଙ୍କୁ ସୁବିଧା ଓ ସୁରକ୍ଷିତ ଅନୁଭବ ଆଣିଦେବା ପାଇଁ କେ ଟି ଡି ସି ସମ୍ପୂର୍ଣ୍ଣ ମହିଳାଙ୍କ ଦ୍ୱାରା ପରିଚାଳିତ ଏକ ହୋଟେଲ ଖୋଲିଛନ୍ତି ।

ମହିଳାଙ୍କ ଦ୍ୱାରା ପରିଚାଳିତ ଦେଶର ଏହି ପ୍ରଥମ ହୋଟେଲର ନାମ ରହିଛି ହୋଷ୍ଟେସ । ଏହା ତିରୁବନନ୍ତପୁରମ ସହରରେ ରହିଛି । ସେଣ୍ଟ୍ରାଲ ରେଲୱେ ସନ୍ନିକଟରେ ଥିବା ଏହି ହୋଟଲରେ ୨୨ ଟି ଏସି ରୁମ ଓ ଦୁଇଟି ଏସି ଡର୍ମିଟୋରୀ ରହିଛି । ଝାଡୁଦାର ଠାରୁ ମ୍ୟାନେଜର ଯାଏଁ ସମସ୍ତେ ମହିଳା । ଏହି ହୋଟେଲର ଆଉ ଏକ ବିଶେଷତ୍ୱ ହେଉଛି ଯେ ଏହି ହୋଟେଲରେ ସେବା ଯୋଗାଇ ଦେଉଥିବା ଇଲେକ୍ଟ୍ରିସିଆନ ଠାରୁ ଆରମ୍ଭ କରି ଫୁଡ଼ ସପ୍ଲାଏର ଯାଏ ସମସ୍ତେ ମହିଳା ।

କେରଳ ଟୁରିଜିମ ଡେଭଲପମେଣ୍ଟ କର୍ପୋରେସନ (କେ ଟି ଡି ସି)ଏହି ହୋଟେଲ ପାଇଁ ବାଛି ବାଛି ବିଭିନ୍ନ ପୃଷ୍ଟଭୂମିର ମହିଳା କର୍ମଚାରୀଙ୍କୁ ଏହି ହୋଟେଲରେ ନିଯୁକ୍ତି ଦେଇଛି ।

Exit mobile version