
ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଚଳିତ ସିଜନ୍ ର ପ୍ରଥମ ସ୍ୱର୍ଣ୍ଣ ହାସଲ କରିଛି । ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି l ଭାରତ ପାଇଁ ଏହା ଏକ ଗର୍ବର ବିଷୟ । ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତୀୟ ଦଳ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ନାମ ଲିପିବଦ୍ଧ କରିଛି । ଏହି ସ୍ୱର୍ଣ୍ଣ ପଦକ ସହ ଭାରତ ଏବେ ପର୍ଯ୍ୟନ୍ତ ମୋଟ ୬ଟି ପଦକ ହାସଲ କରି ସାରିଛି ।
୧୦ ମିଟର ଏୟାର ରାଇଫଲ୍ସ ଟିମ୍ ରେ ରୁଦ୍ରଂକ୍ସା ପାଟିଲ, ଐସାରୀ ଟୋମାର ଏବଂ ଦିବ୍ୟାଂସ ପନବାର ଏହି ସ୍ଵର୍ଣ ପଦକ ହାସଲ କରିବା ପାଇଁ ସକ୍ଷମ ହୋଇଛନ୍ତି l ଗତକାଲି ଭାରତ ପାଞ୍ଚଟି ମେଡାଲ ନିଜ ନାମରେ କରିଥିଲା l ଦୁଇଟି ବ୍ରୋଞ୍ଜ ସହ ତିନୋଟି ସିଲଭର ପଦକ ଗତକାଲି ପାଇଥିବା ବେଳେ ଆଜି ସ୍ଵର୍ଣ ପଦକ ହାସଲ କରି ମୋଟ ୬ଟି ପଦକ ଏବେ ଭାରତ ନିଜ ଅଧୀନରେ କରି ସାରିଛି l