Site icon UTKAL PRATIDIN

ପ୍ୟାରିସ ପାରା ଅଲମ୍ପିକ୍ସରେ ଭାରତର ଚମତ୍କାର ପ୍ରଦର୍ଶନ

IMAGE_1725334600

ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଚମକୁଛନ୍ତି ଭାରତୀୟ ଖେଳାଳି ।ଗୋଟିଏ ଦିନରେ ୨ଟି ସ୍ୱର୍ଣ୍ଣ ସହ ୮ଟି ମେଡାଲ୍ ହାତେଇଛନ୍ତି ।ପାରାଅଲିମ୍ପିକ୍ସ ପଞ୍ଚମ ଦିନରେ ଭାରତକୁ ୨ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ମେଡାଲ୍ ଆଣି ଭାରତ ପାଇଁ ଗୌରବ ଆଣିଛନ୍ତି । ଭାରତର ମେଡାଲ୍ ସଂଖ୍ୟା ଚଳିତ ବର୍ଷ ୧୫ରେ ପହଞ୍ଚିଛି।ଯୋଗେଶ କାଠୁନିଆ ରୌପ୍ୟ ଜିତି ପଞ୍ଚମ ଦିନରେ ମେଡାଲର ଶୁଭାରମ୍ଭ କରିଥିବା ବେଳେ ନିତ୍ୟା ଶ୍ରୀ ବ୍ରୋଞ୍ଜ ଜିତି ଦିନର ଶେଷ କରିଥିଲେ।

ପଞ୍ଚମ ଦିନରେ ଭାରତ ପକ୍ଷରୁ ସୁମିତ ଅନ୍ତିଲ ଓ ନିତେଶ କୁମାର ଗୋଲ୍ଡ ଜିତିଛନ୍ତି। ପାରାଲିମ୍ପିକ୍ସରେ ସୁମିତ ଜାଭେଲିନ୍ ଥ୍ରୋରେ ରେକର୍ଡ ୭୦.୫୯ ମିଟର ଫିଙ୍ଗି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ସେହିପରି ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଏସ୍‌ଏଲ୍‌-୩ କ୍ୟାଟେଗୋରୀରେ ସ୍ୱର୍ଣ୍ଣ ଜିତିଛନ୍ତି ନିତେଶ କୁମାର।୨୯ ବର୍ଷୀୟ ଯୋଗେଶ ୪୨.୨୨ ମିଟର ଫୋପାଡି ଭାରତ ପାଇଁ ପଦକ ଜିତିଛନ୍ତି। ସେହିପରି ତୀରନ୍ଦାଜୀ ମିକ୍ସଡ ଇଭେଣ୍ଟରେ ରାକେଶ ଓ ଶୀତଲଙ୍କୁ ବ୍ରୋଞ୍ଜ ପଦକ ମିଳିଛି।ଆଉ ପଞ୍ଚମ ଦିନର ଶେଷରେ ମହିଳା ସଟଲର ନିତ୍ୟାଶ୍ରୀ ବ୍ରୋଞ୍ଜ ହାତେଇଛନ୍ତି।

ନିତ୍ୟା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ଏସ୍‌ଏଚ୍‌-୬ ବର୍ଗରେ ପ୍ରତିଯୋଗିତା କରୁଥିଲେ। ଆଜି ମଧ୍ୟ ଭାରତୀୟ ଆଥଲେଟ୍‌ମାନେ ପଦକ ସଂଖ୍ୟା ଆହୁରି ବଢ଼ାଇବା ଆଶା କରାଯାଉଛି। ଗୋଟିଏ ଦିନରେ ଭାରତ ଖାତାରେ ଏତେ ସଂଖ୍ୟାରେ ପଦକ ଯୋଡି ହେଉଥିବାରୁ ଏହାକୁ ଏକ ଐତିହାସିକ ଦିନଦି ଭାବରେ ମାନିବ ସହ ଭାରତୀୟ ଖେଳାଳି ମାନଙ୍କୁ ପ୍ରେରଣା ଯୋଗାଇଛନ୍ତି ।

Exit mobile version