UTKAL PRATIDIN

ରେଳ ବିଭାଗକୁ ମିଳିଲା ଏହାର ପ୍ରଥମ ମହିଳା ସିଇଓ

ପ୍ରଥମ ଥର ପାଇଁ ଭାରତୀୟ ରେଳ ବିଭାଗରେ ଜଣେ ମହିଳା ସିଇଓଙ୍କୁ ନିଯୁକ୍ତି ଦିଆଯାଇଛି । ଜୟା ବର୍ମା ସିଂହ ଭାରତୀୟ ରେଳ ବିଭାଗର ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତି ପାଇଛନ୍ତି। ଗତକାଲି ତାଙ୍କୁ ରେଳ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ନିଯୁକ୍ତି ଦିଆଯାଇଛି । ସେ ଅନୀଲ କୁମାର ଲାହତିଙ୍କ ସ୍ଥାନରେ ସିଇଓ ଭାବେ କାମ କରିବେ।

ଜୟା ପ୍ରଥମ ମହିଳା ଭାବେ ରେଲବାଇ ବୋର୍ଡର ଅଧ୍ୟକ୍ଷ ହେବାର ଗୌରବ ହାସଲ କରିଛନ୍ତି। ସେ ଏବେ ରେଳ ବୋର୍ଡର ଟ୍ରାଫିକ୍ (IRTS) ଓ ଅପରେସନ ବିଜନେସ୍ ଡେଭଲପମେଣ୍ଟ ବିଭାଗରେ କାର୍ଯ୍ୟରତ ଅଛନ୍ତି । ସେ ନିକଟରେ ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ୍ ଟ୍ରାଜେଡିର ଜଟିଳ ସିଗନାଲ୍ ସିଷ୍ଟମକୁ ଦେଶବାସୀଙ୍କୁ ବୁଝାଇଥିଲେ । ଏହାପରେ ସେ ବେଶ ଚର୍ଚ୍ଚାକୁ ଆସିଥିଲେ। ଜୟା ୨୦୨୩ ମସିହା ସେପ୍ଟେମ୍ବର ୧ରେ ଅର୍ଥାତ ଆଜିଠାରୁ ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିବେ ଓ କାର୍ଯ୍ୟ ଆରମ୍ଭ କରିବେ । ତାଙ୍କ କାର୍ଯ୍ୟକାଳ ୨୦୨୪ ମସିହା ଅଗଷ୍ଟ ୩୧ ପର୍ଯ୍ୟନ୍ତ ରହିବ। ଏହାପରେ ଏହାକୁ ଦରକାର ପଡ଼ିଲେ ବୃଦ୍ଧି ମଧ୍ୟ କରାଯାଇ ପାରିବ।

ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ଶିକ୍ଷା ସମାପ୍ତି ପରେ ଭାରତୀୟ ରେଳ ଟ୍ରାଫିକ୍ ସେବାରେ ଯୋଗ ଦେଇଥିଲେ। ପରେ ସେ ଉତ୍ତର ରେଳବାଇ, ଦକ୍ଷିଣ ପୂର୍ବ ରେଳବାଇ ଓ ପୂର୍ବତଟ ରେଳବାଇରେ କାର୍ଯ୍ୟ କରିଥିଲେ। ଜୟା ବର୍ମାଙ୍କ କାର୍ଯ୍ୟକାଳ ସମୟରେ ଭାରତରୁ ବଂଲାଦେଶ ଯାଉଥିବା ମୈଇତ୍ରୀ ଏକ୍ସପ୍ରେସର ଉଦଘାଟନ ହୋଇଥିଲା । ପୂର୍ବରୁ ସେ ରେଳବାଇରେ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସଫଳଭାବେ ସଂପାଦନା କରିଛନ୍ତି ।

Exit mobile version