 
        ଓଡ଼ିଆ ପୁଅ ପ୍ରମୋଦ ଭଗତ ତଥା ଭାରତର ଷ୍ଟାର ପାରା ବ୍ୟାଡମିଣ୍ଟନ ଖେଳାଳି ହେଲେ ନିଲମ୍ବିତ । ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ୍ ୧୮ ମାସ ପାଇଁ ତାଙ୍କୁ ସସ୍ପେଣ୍ଡ କରିଥିବା ସୂଚନା ମିଳିଛି ।ଆଣ୍ଟିଂ ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ପ୍ରମୋଦଙ୍କୁ ସ୍ବର୍ଣ୍ଣ ମିଳିଥିଲା ମାତ୍ର ସେ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାଗ ନେଇ ପାରିବେ ନାହିଁ ବୋଲି ସୂଚନା ମିଳିଛି ।ବିଡବ୍ଲ୍ୟୁଏଫର ଏଭଳି ନିଷ୍ପତ୍ତି ଆସିବା ପରେ ଓଡ଼ିଶା ତଥା ପୁରା ଦେଶବାସୀଙ୍କ ମଧ୍ୟରେ ଦୁଃଖର ଲହରୀ ଖେଳିଯାଇଛି ।
ଭାରତକୁ ବିଶ୍ୱସ୍ତରରେ ପାରା ବ୍ୟାଡମିଣ୍ଟନରେ ଖ୍ୟାତି ଦେବାରେ ପ୍ରମୋଦ ଭଗତଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ୨୦୨୨ରେ ସେ ପଦ୍ମଶ୍ରୀ ସମ୍ମାନ, ୨୦୨୧ରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର, ୨୦୧୯ରେ ଅର୍ଜୁନ ପୁରସ୍କାର ପାଇଛନ୍ତି ।
 
         
         
         
         
         
        