Site icon UTKAL PRATIDIN

ଓଡ଼ିଆ ପୁଅ ଇଣ୍ଡିଆ ଆଇଡଲ୍ ରେ ଚମକି କଲେ ଭୋଟ ଭିକ୍ଷା

88

ଭୁବନେଶ୍ୱର: ଇଣ୍ଡିଆ ଆଇଡଲ୍ ରେ ଚମକିଲେ ଓଡ଼ିଆ ପୁଅ ରୋହନ ବିଶ୍ବାଳ। ପେସାରେ ସେ ଡାକ୍ତର କିନ୍ତୁ ନିଶା ତାଙ୍କର ସଂଗୀତ ସାଧନା। ଢେଙ୍କାନାଳରେ ୦୪.୧୨. ୧୯୯୯ରେ ଜନ୍ମ ହୋଇଥିବା ରୋହନଙ୍କ ପିଲା ଦିନରୁ ସଂଗୀତ ପ୍ରତି ଥିଲା ଅତ୍ୟଧିକ ଆକର୍ଷଣ। ଦୀର୍ଘ ୧୪ ବର୍ଷ ଧରି ଜାରି ରହିଥିଲା ତାଙ୍କ ସଂଗୀତ ସାଧନା। ଗୁରୁ ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥୀଙ୍କ ଠାରୁ ସେ ସଂଗୀତ ଗାନ ଶିକ୍ଷା କରୁଛନ୍ତି।

ଅନେକ ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ମଞ୍ଚରେ ସେ ଗୀତ ଗାଇଛନ୍ତି। ଲମ୍ବା ସଂଘର୍ଷ ପରେ ମୁମ୍ବାଇରେ ସୋନି ଇଣ୍ଡିଆ ଆଇଡଲ୍ ର ସିଜନ୍ ୧୪ ରେ ଟିଭି ଜର୍ଜେସ ରାଉଣ୍ଡ ଅଡିସନ୍ ରେ ଚୟନ ହୋଇ ଗୋଲ୍ଡେନ ଟିକେଟ ପାଇ ଥିଏଟର ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ଇଣ୍ଡିଆନ ଆଇଡ଼ଲ ମଞ୍ଚରେ ତାଙ୍କ ସ୍ବର, ସଂଗୀତର ଯାଦୁରେ ବିଚାରପତି ଶ୍ରେୟା ଘୋସାଲ, କୁମାର ସାନୁ, ବିଶାଲ ଦେଦଲାନି, ଷ୍ଟାଣ୍ଡିଙ୍ଗ ଓଭେସନ୍ ଦେଲେ । ବର୍ତମାନ ରୋହନ ଭୁବନେଶ୍ୱର ସମ୍ ହସପିଟାଲରେ ଶିଶୁ ବିଭାଗରେ ହାଉସ ସର୍ଜନ ଭାବେ କାର୍ଯ୍ୟ କରୁଛନ୍ତି। ଛୋଟ ପିଲାମାନଙ୍କୁ ଚିକିତ୍ସା କରିବା ବେଳେ ଗୀତ ଗାଇ ଚିକିତ୍ସା କରନ୍ତି ତେଣୁ ଛୋଟ ପିଲାଙ୍କର ରୋହନ ପ୍ରିୟ ଡାକ୍ତର ପାଲଟିଛନ୍ତି । ତେଣୁ ଇଣ୍ଡିଆ ଆଇଡଲ୍ ରେ ସଫଳତା ପାଇଁ ଓଡ଼ିଶାର ସବୁ ଦର୍ଶକମାନଙ୍କ ଭଲପାଇବା ଓ ଭୋଟ ଆଶା କରିଛନ୍ତି ରୋହନ।

Exit mobile version