ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାର ଭାରତ-ପାକିସ୍ଥାନ ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଭାରତୀୟ ସେନା ପଣ୍ଡ କରିଛି ।ପାକିସ୍ତାନରୁ କିଛି ଆତଙ୍କବାଦୀ ନୋସେରା ସୀମା ଦେଇ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଭାରତୀୟ ସେନାକୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା ।ଅନୁପ୍ରବେଶକାରୀଙ୍କ ବୋରୋଧରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲାଉଭୟ ଆତଙ୍କବାଦୀ ଓ ଭାରତୀୟ ସେନା ମଧ୍ୟରେ ଗୁଳି ବିନିମୟ ମଧ୍ୟ ହୋଇଥିଲା ।
ଆତଙ୍କବାଦୀଙ୍କୁ କଡା ଜବାବ ଦେଇଥିଲେ ଭାରତୀୟ ସେନା । ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରି ଏକେ-୪୭ ରାଇଫଲ ସମେତ ଏକ ଅସ୍ତ୍ରଶସ୍ତ୍ର ଜବତ କରିଛି।ଆତଙ୍କବାଦୀଙ୍କ ଆକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ସତର୍କ ହୋଇଛି ଭାରତୀୟ ସେନା ।