
ପ୍ୟାରିସ: ପ୍ୟାରିସ ଅଲମ୍ପିକରେ ବଢ଼ିଲା ପଦକ ସଂଖ୍ୟା | ଆଜି ହକିରେ ଭାରତୀୟ ପୁରୁଷ ଟିମକୁ ମିଳିଛି ବ୍ରୋଞ୍ଚ ପଦକ | ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୪ରେ ପହଂଚିଛି | ଆଜି ସ୍ପେନକୁ ହରାଇ ଭାରତ ଏହି ବିଜୟ ହାସଲ କରିଛି | ଭାରତୀୟ ଟିମ ସ୍ପେନକୁ ୨-୧ରେ ହରାଇ ଏହି ଗୌରବ ହାସଲ କରିଛି | ଭାରତୀୟ ଟିମ ଟୋକିଓରେ ବି ବ୍ରୋଞ୍ଚ ଜିତିଥିଲେ |
ଆଜି ଭାରତକୁ ଆଉ ଏକ ପଦକ ମିଳିବାର ଆଶା ମଧ୍ୟ ରହିଛି | ଆଜି ନିରଜ ଚୋପ୍ରା ଜାଭାଲୀନ ଥ୍ରୋରେ ଫାଇନାଲରେ ଖେଳିବେ | ଏହି ମ୍ୟାଚ ଜିତିଲେ ନିରଜ ଦେଶ ପାଇଁ ପ୍ରଥମ ସ୍ଵର୍ଣ ଆଣିବେ |
ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂହ କରି ଭାରତ ପାଇଁ ଏହି ଖୁସି ଆଣିଦେଇଛନ୍ତି । ଆଜିର ମ୍ୟାଚ୍ ପରେ ସ୍ପେନ ବିନା ପଦକରେ ପ୍ୟାରିସରୁ ବିଦାୟ ନେଇଛି।