ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ମୁକାବିଲା । ଏସିଆ କପରେ ଦମଦାର ପ୍ରଦର୍ଶନ ପରେ ଏହି ମ୍ୟାଚରେ ଭାରତ କେମିତି ପ୍ରଦର୍ଶନ କରୁଛି ତାହାକୁ ସମସ୍ତେ ଅନେଇ ବସିଛନ୍ତି । ତେବେ ଦୁଇ ଦେଶ ପାଇଁ ଏହି ମ୍ୟାଚ ବହୁତ୍ ଗୁରୁତ୍ଵପୂର୍ଣ୍ଣ । ତେଣୁ ଉଭୟ ଦେଶ ଏହାକୁ ଜିତିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ l
ଆଜି ଅର୍ଥାତ ସେପ୍ଟେମ୍ବର ୨୨ ତାରିଖରେ ପଞ୍ଜାବର କ୍ରିକେଟ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ l ତିନୋଟି ମ୍ୟାଚ ବିଶିଷ୍ଟ ଏହି ସିରିଜର ଆଜି ହେଉଛି ପ୍ରଥମ ମ୍ୟାଚ ଯାହା ଦିନ ୧.୩୦ ରେ ଆରମ୍ଭ ହେବା l ପରବର୍ତ୍ତୀ ଦୁଇଟି ମ୍ୟାଚ ଆସନ୍ତା ୨୪ ଓ ୨୭ ତାରିଖରେ ଖେଳାଯିବ l
ଶ୍ରେୟାସ ଆୟର ଅସୁସ୍ଥ ଥିବାରୁ କିଛି ଦିନ ହେବା ଖେଳରୁ ଦୂରରେ ଥିଲେ l ହେଲେ ଆୟର ଫିଟ୍ ଘୋଷିତ ହୋଇଛନ୍ତି । ଫଳରେ ଆଜି ଏକାଦଶକୁ ଫେରିବେ ଆୟର । ତେଣୁ ଆଜିର ମ୍ୟାଚରେ ଶ୍ରେୟାସ ଆୟର ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ପୁରା ନଜର ରହିବ । ସୂର୍ଯ୍ୟକୁମାର ଦିନିକିଆ ଫର୍ମାଟ୍ରେ ଏପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ଦୁଇଟି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ରୋହିତ, କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ କେଏଲ ରାହୁଲ ଅଧିନାୟକ ହୋଇଛନ୍ତି । ଯଦି ଆଜି ଭାରତ ମ୍ୟାଚ ଜିତେ ତେବେ କେ.ଏଲ୍ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଇସିସି ଓଡିଆଇ ମାନ୍ୟତାକୁ ଶୀର୍ଷରେ ରଖିବାର ସୁଯୋଗ ପାଇବ । ଟେଷ୍ଟ ଏବଂ ଟି -୨୦ ର଼୍ୟାଙ୍କିଙ୍ଗରେ ଭାରତୀୟ ଦଳ ଏବେ ଶୀର୍ଷରେ ରହିଛି ।
ତେବେ ଏହା ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ୧୪୬ଟି ଓଡିଆଇ ମ୍ୟାଚରେ ମୁଁହାମୁହିଁ ହୋଇସାରିଛନ୍ତି l ସେଥି ମଧ୍ୟରୁ ୧୦ ଟି ମ୍ୟାଚର ଫଳାଫଳ ସ୍ପଷ୍ଟ ହୋଇନଥିବା ବେଳେ ଅଷ୍ଟ୍ରେଲିଆ ୮୨ ମ୍ୟାଚ ଜିତିବାକୁ ସକ୍ଷମ ହୋଇଛି ଓ ଭାରତ କେବଳ ୫୪ଟି ମ୍ୟାଚ ଜିତିଛି l