Site icon UTKAL PRATIDIN

୬ଷ୍ଠ ବିଜୟ ସହ ଶୀର୍ଷକୁ ଫେରିଲା ଭାରତ

bumrah-sami-650x430

ଲକ୍ଷ୍ନୌ  : ୨୦୧୯ ବିଶ୍ବକପରେ ଏକଦା ଭାରତ କ୍ରମାଗତ ୫ଟି ମ୍ୟାଚ ଜିତି ଟେବୁଲର ଶୀର୍ଷ ସ୍ଥାନରେ ରହିଥିବାବେଳେ ୭ମ ମ୍ୟାଚରେ ଇଂଲଣ୍ଡ ଝଟ୍‌କା ଦେଇଥିଲା। ୪ ବର୍ଷ ପରେ ପୁଣି ଥରେ ଭାରତ ଏହାର ମଧୁର ପ୍ରତିଶୋଧ ନେଇଛି। ୨୦୨୩ ବିଶ୍ବକପରେ କ୍ରମାଗତ ୫ଟି ମ୍ୟାଚ ଜିତିଥିବା ଭାରତ ୬ଷ୍ଠ ମ୍ୟାଚରେ ଇଂଲଣ୍ଡକୁ ହରାଇ ସେମିଫାଇନାଲରେ ପହଞ୍ଚିଛି। ଏଜବାଷ୍ଟନ ପରାଜୟର ପ୍ରତିଶୋଧ ଏକ୍‌ନାରେ ନେଇଛି।

୨୦୧୯ ବିଶ୍ବକପର ଏଜବାଷ୍ଟନରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୩୧ରନରେ ଭାରତକୁ ପରାସ୍ତ କରିଥିଲା। ଉକ୍ତ ବିଶ୍ବକପରେ ଭାରତ ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ୫ଟି ମ୍ୟାଚ ଜିତିଥିଲା। ଇଂଲଣ୍ଡ ଭାରତକୁ ରୋକିବାରେ ସଫଳ ହୋଇଥିଲା। ଚଳିତ ବିଶ୍ବକପରେ ଭାରତ ୬ଟି ମ୍ୟାଚରୁ ୬ଟି ବିଜୟ ସହ ୧୨ ପଏଣ୍ଟ ପାଇ ଶୀର୍ଷକୁ ଉନ୍ନୀତ ହୋଇଥିବାବେଳେ ଇଂଲଣ୍ଡ ୫ମ ପରାଜୟ ସହ ସର୍ବନିମ୍ନ ସ୍ଥାନରେ ରହିଛି।

ଏଥିସହ ବିଶ୍ବକପ୍‌ରେ ଭାରତ ଇଂଲଣ୍ଡ ବିପକ୍ଷରେ ନବମ ମୁକାବିଲାରେ ଚତୁର୍ଥ ବିଜୟ ହାସଲ କରିଛି। ଅନ୍ୟ ୮ଟି ମଧ୍ୟରୁ ଇଂଲଣ୍ଡ ୪ଟି ବିଜୟ ହାସଲ କରିଥିବା ବେଳେ ୨୦୧୧ ସଂସ୍କରଣର ମ୍ୟାଚ୍‌ଟି ବିନା ଫଇସଲାରେ ଶେଷ ହୋଇଛି।

Exit mobile version