ସୋମବାର ତଥା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଯାଇଛନ୍ତି l ମଧ୍ୟପ୍ରଦେଶ ଗସ୍ତରେ ଯାଇଥିବା ବେଳେ ଭୋପାଳରେ ଜମ୍ବୁରୀ ମଇଦାନରେ ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି l ଏଥିସହ ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ଇଣ୍ଡିଆକୁ ମଧ୍ୟ୍ୟ ଟାର୍ଗେଟ୍ କରିଛନ୍ତି ।
ପ୍ରଧାନମନ୍ତ୍ରୀ ସଂସଦରେ ମହିଳା ସଂରକ୍ଷଣ ପାଇଁ ଆଣାଯାଇଥିବା ନାରୀଶକ୍ତି ବନ୍ଦନ ବିଲ୍ ବିଷୟରେ କହି କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି l ସେ କହିଛନ୍ତି ଯେ, ବିରୋଧୀ ଦଳ ବାଧ୍ୟତାମୂଳକ ଭାବେ ଏହି ବିଲ୍ ପାରିତ କରିଛନ୍ତି । ଯେଉଁ ଦଳ ଆଜି ବିରୋଧୀ ମେଣ୍ଟର ଅଂଶ, ସେମାନେ ୩୦ ବର୍ଷ ହେଲା ମହିଳା ସଂରକ୍ଷଣ ବିଲ୍କୁ ବିରୋଧ କରିଆସୁଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, ଏହି ଦଳ କେବଳ ଗୋଟିଏ ପରିବାର ପାଇଁ କାମ କରେ। ନକାରାତ୍ମକତା ବିସ୍ତାର କରିବା ସହ ପ୍ରତ୍ୟେକ ପ୍ରକଳ୍ପକୁ ବିରୋଧ କରେ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିରୋଧୀ ଦଳର ଅହଂକାରୀ ମେଣ୍ଟ ବାଧ୍ୟ ହୋଇ ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ କରିଛି । ସେମାନଙ୍କ ସହଯୋଗୀ ଦଳର ଅନେକ ଲୋକ ଗତ ୩୦ ବର୍ଷ ଧରି ଏହି ବିଲ୍କୁ ବିରୋଧ କରୁଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଏହି ଲୋକମାନେ ନର୍ଭସ, ସେମାନେ ଏକ ନୂତନ ଖେଳ ଖେଳିବେ ଏବଂ ମହିଳାଙ୍କ ଶକ୍ତି ବାଣ୍ଟିବାକୁ ଚେଷ୍ଟା କରିବେ । ଏହି ଲୋକମାନେ ସମସ୍ତଙ୍କୁ ବିଭାଜନ କରିବାକୁ ଚେଷ୍ଟା କରିବେ କିନ୍ତୁ ଆପଣମାନଙ୍କୁ ଏକଜୁଟ୍ ହୋଇ ରହିବାକୁ ପଡିବ।