ଖାଲିସ୍ତାନୀ ସମ୍ପର୍କରେ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ମିଳିଥିବା ବଡ ଖବର ଅନୁଯାୟୀ ଭାରତ ମଧ୍ୟ କାନାଡାର ବରିଷ୍ଠ କୂଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ କହିଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦିପ ସିଂ ନିଜ୍ଜରଙ୍କ ହତ୍ୟା ସଂପର୍କରେ କାନାଡା ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ଏକ ବୟାନ ଦେଇଛନ୍ତି। ଏଥିସହ ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟା ପଛରେ ଭାରତ ଅଛି ବୋଲି ଅଭିଯୋଗ କରିବା ପରେ କାନାଡା ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି।
ଏପରିକି ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ପଛରେ ଭାରତ ସରକାରଙ୍କ ହାତ ଥାଇପାରେ ବୋଲି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି । ସେ କହିଛନ୍ତି ଯେ, ଭାରତ ସରକାରଙ୍କ ଏଜେଣ୍ଟ ନିଜ୍ଜରଙ୍କ ହତ୍ୟା କରିଥିବା କାନାଡା ସୁରକ୍ଷା ଏଜେନ୍ସି ସନ୍ଦେହ କରୁଛି ଏବଂ ଏହାର ଯାଞ୍ଚ ମଧ୍ୟ କରାଯାଉଛି । ଗତ ଜୁନ ମାସରେ କାନାଡାର ଜଣେ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜରଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ଜଷ୍ଟିନ ଟ୍ରୁଡୋ ସଂସଦରେ କହିଛନ୍ତି ଯେ ଗତ ସପ୍ତାହରେ ଜି -୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ବୈଠକରେ ସେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି।

କାନାଡାର ଏକ ଗୁରୁଦ୍ବାରା ନିକଟରେ ନିଜ୍ଜରଙ୍କୁ କିଛି ଦୁର୍ବୁତ୍ତ ଗୁଳି ମାରି ହତ୍ୟା କରିଥିଲେ l ଭାରତୀୟ ଏଜେନ୍ସି NIA ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜରଙ୍କୁ ପଳାତକ ଘୋଷିତ କରିଥିଲା l ତେବେ କାନାଡାକୁ ଦୃଢ ଜବାବ ଦେଇଛି ଭାରତ l ପ୍ରେସ ବିବୃତି ଜାରି କରିଛି ବୈଦେଶିକ ମନ୍ତ୍ରାଳୟ l
କାନାଡା ପ୍ରଧାମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଭାରତ କହିଛି, ନିଜ୍ଜରଙ୍କ ହତ୍ୟାକାଣ୍ଡରେ କୌଣସି ସଂପୃକ୍ତି ନାହିଁ l ଏହା ସମ୍ପୂର୍ଣ୍ଣ ମିଛ ଓ କପୋଳକଳ୍ପିତ। କାନାଡା ଉଗ୍ରପନ୍ଥୀ, ଖଲିସ୍ତାନୀଙ୍କୁ ଶରଣ ଦେଇଛି l ଖଲିସ୍ତାନୀ ଭାରତର ଅଖଣ୍ଡତା ପ୍ରତି ବିପଦ l କାନାଡାର ଏଭଳି ଅଭିଯୋଗ ଖଲିସ୍ତାନୀଙ୍କ ଉପରୁ ନଜର ହଟାଇବା ପାଇଁ l ଏହା ସହ କାନାଡାରେ ଚାଲିଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କାନାଡା ସରକାରଙ୍କୁ ଅନୁରୋଧ କରିଛି ଭାରତ ।
ପ୍ରଧାନମନ୍ତ୍ରୀ ଟ୍ରୁଡୋ ଏବଂ ଅନ୍ୟ ରାଜନୈତିକ ନେତାଙ୍କ ଉପରେ ମଧ୍ୟ ଭାରତ ଆକ୍ରମଣ କରି କହିଛି ଯେ କାନାଡାର ରାଜନୈତିକ ବ୍ୟକ୍ତିବିଶେଷ ଖୋଲାଖୋଲି ଭାବରେ ଏପରି ଉପାଦାନ ପ୍ରତି ସମବେଦନା ଜଣାଇଛନ୍ତି ଯାହା ଗଭୀର ଚିନ୍ତାର ବିଷୟ।