Site icon UTKAL PRATIDIN

ଜନତାଙ୍କୁ ପଦ୍ମବ୍ୟୁହରେ ଫସାଇଛି ବିଜେପି: ବ୍ୟୁହ ଭାଙ୍ଗିବ ଇଣ୍ଡିଆ  

rahul

ନୂଆଦିଲ୍ଲୀ: ବିଜେପି  ସରକାର ଭାରତର ଜନତାଙ୍କୁ ଚକ୍ରବ୍ୟୁହରେ ଫସାଇ ଦେଇଛନ୍ତି | ଶହ ଶହ ବର୍ଷ  ତଳେ ମହାଭାରତରେ ଅଭିମନ୍ୟୁ ସହ ଯାହା ହୋଇଥିଲା ଆଜି ଭାରତର ଜନତାଙ୍କ ସହ ତାହା ହେଉଛି |  ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି |  ଏମିତି କହି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ |

ସଂସଦର ମୌସୁମୀ ଅଧିବେଶନରେ ବିପକ୍ଷ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି | ସଂସଦରେ ଇଣ୍ଟେରନ୍ସିପଠାରୁ ଆରମ୍ଭ କରି ପେପର ଲୋକ ପର୍ଯ୍ୟନ୍ତ ଅନେକ ମାମଲାରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି |

ରାହୁଲ କହିଛନ୍ତି, ଏଠି କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ନେତା ବି ଭୟ କରୁଛନ୍ତି |   ଏହି ବଜେଟ ଖାଲି ଉଦ୍ୟୋଗପତି, ରାଜନେତା ଏବଂ ଏଜେନ୍ସିକୁ ମଜବୁତ କରିବା ପାଇଁ | ସାରା ଦେଶରେ ଟାକ୍ସ ଟେରରିଜିମକୁ ରୋକିବା ପାଇଁ କିଛି ବ୍ୟବସ୍ଥା ନାହିଁ | |

ରାହୁଲ କହିଛନ୍ତି ଅର୍ଥମନ୍ତ୍ରୀ ପେପର ଲିଙ୍କ କୁ ନେଇ କିଛି ବି କହି ନାହାନ୍ତି | ଗତ ୨୦ ବର୍ଷ ମଧ୍ୟରେ ଶିକ୍ଷା ପାଇଁ ଏଥର କାମ ବଜେଟ ଆସିଛି | ଭାରତର ଜନତାଙ୍କୁ ବିଜେପି ଚକ୍ରବ୍ୟୁହ ଅର୍ଥାତ ପଦ୍ମବ୍ୟୁହରେ ଫସାଇଛି | ଏହି ବ୍ୟୁହକୁ ୬ ଜଣ କଣ୍ଟ୍ରୋଲ କରୁଛନ୍ତି  | ତେବେ ସୁଯୋଗ ପାଇଲେ ଇଣ୍ଡିଆ ମେଣ୍ଟ ଏହି ବ୍ୟୁହକୁ ଭାଙ୍ଗୁଛି ବୋଲି କହି ବର୍ଷିଛନ୍ତି ରାହୁଲ |

ଅନ୍ୟପକ୍ଷେ ରାହୁଲଙ୍କୁ ଜୋରଦାର ବିରୋଧ କରିଛନ୍ତି  ବିଜେପି ସାଂସଦ |

Exit mobile version